ବଡି ବିଲ୍ଡିଙ୍ଗ ପାଇଁ ନେଉଥିଲେ ଇଞ୍ଜେକ୍ସନ୍ । ଜନ୍ମ ଦିନରେ ହିଁ ଚାଲିଗଲା ଜୀବନ ।

859

କନକ ବ୍ୟୁରୋ: ଆଜିକାଲି ବଡି ବିଲ୍ଡିଙ୍ଗ କରିବା ତଥା ମାଂସପେଶୀ ବଢାଇବା ଯୁବବର୍ଗଙ୍କର ଏକ ପ୍ରକାର ପ୍ୟାସନ୍ ଓ ଫ୍ୟାସନ୍ ହୋଇଗଲାଣି । ଏଥିରୁ ବୟସ୍କ ବି ବାଦ ପଡୁନାହାଁନ୍ତି । କିଏ ଏଥିପାଇଁ ଜିମ୍ ଯାଇ ଏକ୍ସରସାଇଜ୍ କରି ଝାଳ ବୁହାଉଛି ତ ଆଉ କେହି ପରଫେକ୍ଟ ବଡି ପାଇବାକୁ ସଟ୍ କଟ୍ ବାଟ ଆପଣାଉଛି । ପରେ ଘୋର ବିପଦର ଶିକାର ହେଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରାଜିଲରେ ।

ବ୍ରାଜିଲର ବଡିବିଲ୍ଡର ତଥା ଟିକଟକ୍ ଷ୍ଟାର୍ ବାଲଦିର ସେଗାତୋ ମସଲ୍ସ ବଢାଇବାକୁ କିଛି ଏପରି କାମ କଲେ ଯେଉଁଥିପାଇଁ ତାଙ୍କୁ ପ୍ରାଣ ହରାଇବାକୁ ପଡିଲା । ‘ହଲ୍କ’ଭାବେ ଜଣାଶୁଣା ବାଲଦିର ୨୩ ଇଞ୍ଚର ବାଇସେପ୍ସ ବନାଇବାକୁ ଚାହୁଁଥିଲେ । ଏଥିପାଇଁ ସେ ଏକ ବିଶେଷ ତୈଳର ଇଞ୍ଜେକ୍ସନ ନେଉଥିଲେ । ଏହି ଇଞ୍ଜେକ୍ସନ୍ ଘାତକ ବୋଲି ଜାଣି ମଧ୍ୟ ସିନ୍ଥଲ ନାମକ ଇଞ୍ଜେକ୍ସନ୍ ନେଉଥିଲେ । ଲୋକେ ତାଙ୍କୁ ଶ୍ୱର୍ଜନେଗର, ହକ୍ ଓ ହି-ମ୍ୟାନ ୍ଡାକୁଥିବାରୁ ତାଙ୍କୁ ସେଥିରୁ ଖୁବ୍ ଆନ୍ଦ ମିଳିଥାଏ । ତେଣୁ ଏପରି ଖୁସି ଆଗରେ ମୃତ୍ୟୁର ସମ୍ଭାବନା ତାଙ୍କୁ କିଛି ବି ଲାଗୁନଥିଲା ।
୬ ବର୍ଷ ତଳେ ଡାକ୍ତର ବାଲଦିରଙ୍କୁ ଚେତାବନୀ ବାଣୀ ଶୁଣାଇଥିଲେ । ସିନ୍ଥଲ ଇଞ୍ଜେକ୍ସନ୍ ନେଲେ ତାଙ୍କର ନର୍ଭସ୍ ସିଷ୍ଟମ୍ ଦୁର୍ବଳ ହୋଇଯାଇ ହୃଦଘାତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା କହିଥିଲେ । ହେଲେ ଏହାକୁ ଭ୍ରୁକ୍ଷେପ କରିନଥିଲେ ବାଲଦିର । ଶେଷରେ ୫୫ ବର୍ଷ ବୟସରେ ତାଙ୍କ ଜନ୍ମିଦନରେ ବାଲଦିରଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।