ନେହେରୁ କପ ହକି ଫାଇନାଲରେ ଅଭାବନୀୟ ଘଟଣ । ପଡିଆ ମଝିରେ ପିଟାପିଟି ହେଲେ ଦୁଇ ଦଳର ଖେଳାଳି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

528

କନକ ବ୍ୟୁରୋ: ହକି ଖେଳ ବେଳେ ମୁହାଁମୁହିଁ ହେଲେ ଦୁଇ ଖେଳାଳି ଗୋଷ୍ଠୀ । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ନୂଆଦିଲ୍ଲୀରେ ଖେଳାଯାଇଥିବା ନେହେରୁ କପ ହକି ଫାଇନାଲରେ । ଗତକାଲି ଏହି ମ୍ୟାଚ ଚାଲିଥିଲା ଆଉ ଏହି ସମୟରେ ମୁହାଁମୁହିଁ ହୋଇଥିଲେ ପଞ୍ଜାବ ପୁଲିସ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଖେଳାଳି । ଗଣ୍ଡଗୋଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଦୁଇ ପକ୍ଷର ଖେଳାଳି ପରଷ୍ପରକୁ ଜୋରଦାର ଆକ୍ରମଣ କରୁଛନ୍ତି । ପଞ୍ଜାବ ପୁଲିସର ଖେଳାଳି ଲାଲ ଜର୍ସିରେ ଥିବାବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଖେଳାଳି ଧଳା ଜର୍ସିରେ ଅଛନ୍ତି ।

ଭିଡିଓରେ ପଞ୍ଜାବ ପୁଲିସର ଖେଳାଳି ଅଧିକ ଆକ୍ରାତ୍ମକ ହେଉଥିବା ଦେଖିବାକୁ ମିଳିଛି । ହାତରେ ହକିଷ୍ଟକ ଧରି ପିଏନବି ଖେଳାଳିଙ୍କୁ ଗୋଡାଉଛନ୍ତି । ପିଏନବିର ଜଣେ ଖେଳାଳି ପଡିଆରେ ପଡିଥିବାବେଳେ ତାଙ୍କୁ ହକି ଷ୍ଟିକରେ ପିଟାଯାଉଛି । ତେବେ ପରେ ଖେଳ ଜାରି ରହିଥିଲା ଓ ଦୁଇ ପକ୍ଷର ୮ ଜଣ ଲେଖାଁଏ ଖେଳାଳି ମୈଦାନରେ ଥିଲେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମ୍ୟାଚକୁ ୬-୩ ଗୋଲରେ ଜିତିନେଇଥିଲା । ଏହି ଘଟଣା ପରେ ସଂପୃକ୍ତ ଟିମ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଲମ୍ପିକ ସଂଘର ଅଧ୍ୟକ୍ଷ ଦାବି କରିଛନ୍ତି । ଏ ନେଇ ଟୁର୍ଣ୍ଣାମେଂଟର ଅଧିକାରୀଙ୍କରୁ ରିପୋର୍ଟ ତଲବ କରାଯାଇଛି ।