ସମ୍ବାଦ କର୍ପୋରେଟ୍ ଆୱାର୍ଡ ପାଇଁ ପ୍ରବଳ ଉତ୍ସାହ: ବ୍ରାଣ୍ଡସ୍ ଅଫ୍ ଓଡ଼ିଶା.ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍-୨୦୨୧ ପାଇଁ ଆବେଦନ ପ୍ରକ୍ରିୟା ଜାରି

53

କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ର ଅଭିନବ ଅଭିଯାନ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍-୨୦୨୧ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଉଦ୍ୟୋଗମାନଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଆଉ ଦୁଇ ସପ୍ତାହ ପରେ ଆବେଦନ ପ୍ରକ୍ରିୟା ଶେଷ ହେବାକୁ ଯାଉଛି। ଆବେଦନ ଗ୍ରହଣ କରିବାର ଶେଷ ତାରିଖ ହେଉଛି ୨୦୨୧ ଜାନୁଆରି ୬। ଓଡ଼ିଶାରୁ ଯାତ୍ରା ଆରମ୍ଭ କରି ରାଜ୍ୟରେ ଓ ରାଜ୍ୟ ବାହାରେ ବ୍ୟବସାୟ କରୁଥିବା ଉଦ୍ୟୋଗଗୁଡ଼ିକ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ।

ଏହି ପୁରସ୍କାର ପ୍ରତିବର୍ଷ ଦିଆଯାଉଛି। ଦେଶର ସ୍ବନାମଧନ୍ୟ ସ୍ବାଧୀନ ଓ ନିରପେକ୍ଷ ବିଚାରକ ମଣ୍ଡଳୀ ବିଜେତା ଚୟନ କରୁଛନ୍ତି। ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ପାଞ୍ଚଟି ବର୍ଗରେ ପ୍ରଦାନ କରାଯିବ। ତାହା ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (CSR), ବୃହତ ଉଦ୍ୟୋଗ (LARGE), ମଧ୍ୟମ ଉଦ୍ୟୋଗ (MEDIUM), କ୍ଷୁଦ୍ର ଉଦ୍ୟୋଗ (SMALL) ଓ ଇମର୍ଜିଂ/ଷ୍ଟାର୍ଟଅପ୍ (EMERGING/START-UP)। ଏହି ପୁରସ୍କାର ପାଇଁ ଆବେଦନ କରିବା ଲାଗି କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏସଂପର୍କରେ ଅଧିକ ଜାଣିବା ଲାଗି ସଞ୍ଜୟ ଗୌର (୯୬୫୪୧୩୩୩୦୦) ଓ ଜ୍ଞାନ ରଞ୍ଜନ ମହାନ୍ତି (୯୯୩୮୪୪୩୨୨୪) ଙ୍କ ସହିତ ଯୋଗାଯୋଗ କରାଯାଇପାରିବ। ଆଗ୍ରହୀ ଆବେଦନକାରୀମାନେ www.sambadawards.com ଓ www.sambadawards.in ମଧ୍ୟ ପରିଦର୍ଶନ କରି ସବିଶେଷ ବିବରଣୀ ହାସଲ କରିପାରିବେ।