ପାକିସ୍ତାନ ଆଇଏସଆଇ ହନିଟ୍ରାପରେ ଭାରତୀୟ ଯବାନ! ଭାରତର ବ୍ରହ୍ମାସ୍ତ୍ର ‘ବ୍ରହ୍ମୋସ’ ସର୍ମ୍ପକରେ ଆଇଏସଆଇକୁ ଦେଉଥିଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଗିରଫ କଲା ପୋଲିସ

58

ଆଇଏସଆଇର ହନିଟ୍ରାପରେ ଫଶିଛନ୍ତି ପୁଣି ଜଣେ ଯବାନ । ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଏହି ସେନା ଯବାନଙ୍କୁ ଗିରଫ କରାଯାଇଛି । ସିଗନାଲ୍ ରେଜିମେଣ୍ଟରେ ଥିବା ଉକ୍ତ ଯବାନ ଜଣଙ୍କ ପାକ୍ ଆଇଏସଆଇକୁ ୱେଷ୍ଟର୍ଣ୍ଣ ରେଜିମେଣ୍ଟ୍ ବାବଦରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଥିବା ଜଣାପଡ଼ିଛି। ଉକ୍ତ ଯବାନଙ୍କ ନାମ କାଞ୍ଚନ ସିଂହ। ଘର ଉତ୍ତରାଖଣ୍ଡରେ। ୧୦ ବର୍ଷ ହେବ ସେ ସେନାବାହିନୀରେ ରହିଥିଲେ। କିନ୍ତୁ ଗତ ୩ ମାସ ହେବ ଗୁଇନ୍ଦା ସଂସ୍ଥା ରାଡାରରେ ରହିଥିଲେ। ଆଜି ମିଲିଟାରି ଗୁଇନ୍ଦା ସଂସ୍ଥା ଦ୍ବାରା ତାଙ୍କୁ ୟୁପିର ମିରଟ୍ରୁ ଗିରଫ କରାଯାଇଛି। ପାକିସ୍ତାନର ଆଇଏସଆଇ ମୁ୍ଖ୍ୟତଃ ଭାରତର ପ୍ରତିରକ୍ଷା କ୍ଷେତ୍ରର ସଦସ୍ୟ ଏବଂ ବୈଜ୍ଞାନିକ ମାନଙ୍କୁ ଟାର୍ଗେଟ୍ କରୁଛନ୍ତି। ଯବାନ ଏବଂ ବୈଜ୍ଞାନିକଙ୍କୁ ହନି ଟ୍ରାପରେ ଫସାଇ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏଭଳି କରୁଛି।

ଏହା ପୂର୍ବରୁ ସୁରକ୍ଷା ମାମଲାକୁ ନେଇ ଉତ୍ତର ପ୍ରଦେଶ ଏଟିଏସ ସୋମବାର ମହାରାଷ୍ଟ୍ରର ନାଗପୁରରୁ ଡିଆରଡ଼ିଓ କର୍ମଚାରୀ ନିଶାନ୍ତ ଅଗ୍ରୱାଲଙ୍କୁ ଗିରଫ କରିଥିଲା । ନିଶାନ୍ତ ଭାରତର ବ୍ରହ୍ମାସ୍ତ୍ର କୁହାଯାଉଥିବା ‘ବ୍ରହ୍ମ୍ରୋସ’ ମିସାଇଲ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମେରିକା ଓ ପାକିସ୍ତାନକୁ ଦେଇଥିବା ଜଣାପଡିଛି ।

ନିଶାନ୍ତ ଅଗ୍ରୱାଲ ନାଗପୁରରେ ଡିଆରଡ଼ିଓର ବ୍ରହ୍ମ୍ରୋସ ୟୁନିଟରେ କାର‌୍ୟ୍ୟ କରୁଛନ୍ତି । ଉତ୍ତରାଖଣ୍ଡରେ ରହୁଥିବା ନିଶାନ୍ତ ବିଗତ ୪ ବର୍ଷ ହେଲା ଡିଆରଡ଼ିଓର ନାଗପୁର ୟୁନିଟରେ କାମ କରି ଆସୁଛନ୍ତି । ତେବେ ନିଶାନ୍ତ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ଆମେରିକା ଓ ପାକିସ୍ତାନକୁ ପ୍ରଦାନ କରୁଥିବା ଜଣାପଡିବା ପରେ ଉତ୍ତରପ୍ରଦେଶର ଏଟିଏସ ଓ ମିଲିଟାରୀ ଇଣ୍ଟଲିଜେନ୍ସ ପକ୍ଷରୁ ରେଡ କରାଯାଇ ତାଙ୍କୁ ଧରାଯାଇଛି ।

ବ୍ରହ୍ମୋସ ବିଷୟରେ କିଛି :
– ବ୍ରହ୍ମୋସ କମ ଉଚ୍ଚତାରେ ଗତି କରିପାରୁଥିବାରୁ ଶତ୍ରୁପକ୍ଷର ରାଡାରରେ ଧରା ପଡେନାହିଁ ।
– ଭାରତର ବ୍ରହ୍ମପୁତ୍ର ଓ ଋଷର ମସ୍କବା ନଦୀର ନାମାନୁସାରେ ଏହି ମିସାଇଲର ନାମ ବ୍ରହ୍ମୋସ ରଖାଯାଇଛି । ଭାରତ ଓ ଋଷର ମିଳିତ ଉଦ୍ୟମରେ ଏହି ଶକ୍ତିଶାଳୀ ମିସାଇଲ ପ୍ରସ୍ତୁତ କରାଯାଇଛି
– ବ୍ରହ୍ମୋସ ଘଣ୍ଟା ପ୍ରତି ୩୭୦୦ କିଲୋମିଟର ବେଗରେ ଗତି କରିବା ସହ ୨୯୦ କିଲୋମିଟର ରାଡାରରେ ଥିବା ସମସ୍ତ ଟାର୍ଗେଟକୁ ଧ୍ୱଂସ କରିପାରିବ ।
– ଏହାକୁ ଜଳ, ସ୍ଥଳ ଓ ଆକାଶ ପଥରୁ ପ୍ରକ୍ଷେପଣ କରାଯାଇପାରିବ
– ମିସାଇଲ ଚିହ୍ନଟ କରୁଥିବା ଜ୍ଞାନକୌଶଳକୁ ମଧ୍ୟ ଏହା ମାତ୍ ଦେବାରେ ସକ୍ଷମ