ମନେ ପଡନ୍ତି ସମ୍ବିଧାନ ପ୍ରଣେତା ବି.ଆର.ଆମ୍ବେଦକର : ମହାପୁରୁଷଙ୍କ ପାଇଁ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ

ଭାରତ ମୁକ୍ତି ଆନ୍ଦୋଳନର ପ୍ରଥମ ସହିଦ ଜୟୀ ରାଜଗୁରୁଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ସଂସ୍କୃତି ସୁରକ୍ଷା ଅଭିଯାନର ସଦସ୍ୟ

222

କନକ ବ୍ୟୁରୋ : ଆଜି ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼କ୍ଟର ବି.ଆର ଆମ୍ବେଦରଙ୍କ ୬୫ ତମ ଶ୍ରାଦ୍ଧ ଦିବସ । ଏହି ଅବସରରେ ବିଜେପି ଓ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଂଜଳୀ ଅର୍ପଣ କରାଯାଇଛି । ଏଜି ଛକରେ ଥିବା ଆମ୍ବେଦରଙ୍କ ପ୍ରତିମୁର୍ତି ତଳେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।

ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ବହୁ ନେତୃବୃନ୍ଦ ଏବଂ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଆମ୍ବେକରଙ୍କ ସ୍ମୃତିଚାରଣ କରିଛନ୍ତି । ଦଳିତ ଓ ଏବଂ ଉପେକ୍ଷିତ ବର୍ଗର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଆମ୍ବେଦକରଙ୍କ ଭୁମିକା ଚିର ସ୍ମରଣୀୟ ବୋଲି କହିଛି କଂଗ୍ରେସ । ସେହିପରି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଆମ୍ବେଦରଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ମୋଦୀ ସରକାର ସବକା ସଥ ସବକା ବିକାଶ ନୀତିରେ କାର୍ଯ୍ୟ କରୁଛି ।

ଭାରତ ମୁକ୍ତି ଆନ୍ଦୋଳନର ପ୍ରଥମ ସହିଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ । ଆଜିର ଦିନରେ ତାଙ୍କୁ ଅତି ନିର୍ମମ ଭାବେ ଗଛରେ ବାନ୍ଧି ଦୁଇ ଫାଳ କରି ଦେଇଥିଲେ ବ୍ରିଟିସ ସରକାର । ସେହି ଦିନକୁ ମନେ ପକାଇ ଶ୍ରଦ୍ଧାଂଜଳି ଦିବସ ପାଳନ କରାଯାଉଛି । ଏହି ଅବସରରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଏଜି ଛକରେ ଏକ ଶ୍ରଦ୍ଧାଂଜଳ ସଭାର ଅନୁଷ୍ଠିତ ହୋଇଯାଇଛି । ଜୟୀ ରାଜଗୁରୁଙ୍କ ବଳୀଦାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ହେବା ଦରକାର ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ।