ଶିଳ୍ପପତିଙ୍କ ନାଁରେ ବିପିଏଲ୍ କାର୍ଡ: ମହାରାଷ୍ଟ୍ରରେ କୋଟିପତି, ଓଡିଶାରେ ଗରିବ

743

କନକ ବ୍ୟୁରୋ: ନିଳାଂଚଳ ସାହୁ । ଗଞ୍ଜାମ ଜିଲ୍ଲା ସାରୁ ପଞ୍ଚାୟତର ସରପଞ୍ଚ । ଏହି ବ୍ୟକ୍ତିଙ୍କର କେବଳ ଏହା ଗୋଟିଏ ପରିଚୟ ନୁହେଁ । ନିଳାଂଚଳ ମହାରଷ୍ଟ୍ରର ଜଣେ ଶିଳ୍ପପତି । ପ୍ଲାଷ୍ଟିକ ଫ୍ୟାକ୍ଟ୍ରି କରି କୋଟିକୋଟି ଟଂକା ଆୟ କରୁଛନ୍ତି । ହେଲେ ଏହି ବ୍ୟକ୍ତି କିନ୍ତୁ ନିଜ ଜିଲ୍ଲା ଗଂଜାମରେ ଜଣେ ବିପିଏଲ କାର୍ଡ ଧାରୀ । ଅର୍ଥାତ୍ ଓଡିଶାରେ ସରପଂଚ ଆଉ ମହାରାଷ୍ଟ୍ରରେ ଜଣେ ଶିଳ୍ପପତି ହେବା ସତ୍ୱେ ହାତେଇଛନ୍ତି ରାଜ୍ୟ ସରକାର ଦେଉଥିବା ସମସ୍ତ ଗରିବ କଲ୍ୟାଣ ଯୋଜନା । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ସାରୁ ପଚାଂୟତର ଏପରି ଏକ ଖବର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ ନିଳାଂଚଳ ସାହୁ ନୁହେଁ ତାଙ୍କ ବାପାଙ୍କ ନାମରେ ରହିଛି ଜବକାର୍ଡ଼ । ଆଉ ଏହି ପରିବାରର ୭ ଜଣଙ୍କ ନାଁରେ ଜବକାର୍ଡ଼ ମଧ୍ୟ ରହିିଛି ।

ରାଜ୍ୟରେ କୋଟିକୋଟି ଗରିବ ସରକାରଙ୍କ ଅନେକ ଯୋଜନା ପାଇପାରୁନଥିବାର ଅଭିଯୋଗ ଆସୁଛି । କିନ୍ତୁ ଏତିକି ବେଳେ
– ଏହି ଶିଳ୍ପପତି କେମିତି ନିଜ ନାଁରେ ଥିବା ଜବକାର୍ଡ ବାବଦରେ ଜାଣିନାହାନ୍ତି ?
– ଯେଉଁ ସମୟରେ ଏହି କାର୍ଡ ସେ ହାତେଇଥିଲେ ସେତେବେଳେ ଆର୍ଥିକ ପରିସ୍ଥିତି କ’ଣ ଥିଲ୍ା ?
– ଯଦି ଚଞ୍ଚକତା କରାଯାଇଛି ତାଙ୍କ ନାଁରେ ଏହି ଯୋଜନାର ଲାଭ କିଏ ନେଇଛନ୍ତି ?
– ଏତେ ବର୍ଷ ଧରି ଜବକାର୍ଡ ରହିବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ କେମିତି ଜାଣିପାରିଲାନି?

ତାହା ଏବେ ବଡ ପ୍ରଶ୍ନ । ନିଳାଚଂଳ ସାହୁ ଓ ତାଙ୍କରୀ ଭାଇ ମୁମ୍ବାଇରେ ଦିପକ ଫଟିଲାଇଜର ନାମକ ଏକ କାରାଖାନ ଚଳାଉଛନ୍ତି । ଯେଉଁଥିରେ କି ୨୦୦ରୁ ଉର୍ଦ୍ଦ କର୍ମଚାରୀ କାମ କରୁଛନ୍ତି । ବାର୍ଷିକ କୋଟି କୋଟି ଟଙ୍କାର ବ୍ୟବସାୟ ମଧ୍ୟ ହେଉଛି ।