ଲାଲସିଂ ଚଡ୍ଡାକୁ ସମର୍ଥନ କରି ଅଡୁଆରେ ହ୍ରିତିକ ରୋଶନ, ଟ୍ୱିଟରରେ ହ୍ରିତିକଙ୍କ ବିକ୍ରମବେଦା ଫିଲ୍ମକୁ ବୟକଟ୍ ଟ୍ରେଣ୍ଡିଂ

606

କନକ ବ୍ୟୁରୋ : ସାରା ଦେଶର ଗୋଟିଏ ଗୋଷ୍ଠୀ ଏବେ ଅମୀର ଖାନଙ୍କ ଲାଲସିଂ ଚଡ୍ଡାକୁ ବିରୋଧ କରୁଛନ୍ତି । ଏହି କ୍ରମରେ କିଛି ସଂଗଠନ ସିନେମା ହଲ ଆଗରେ ବି ପ୍ରଦର୍ଶନ କରୁଛନ୍ତି । ଏହାରି ମଧ୍ୟରେ ହ୍ରିତିକ ରୋଶନ ମୁମ୍ବାଇର ଏକ ସିନେମା ହଲରେ ଲାଲସିଂ ଚଡ୍ଡା ଦେଖିଛନ୍ତି । ଏହି ସିନେମା ଦେଖିବା ପରେ ସେ ଏହି ସିନେମାକୁ ପ୍ରଶଂସା କରିଚନ୍ତି । ଏହାସହ ଏହି ସିନେମା ସହ ଜଡିତ ସମସ୍ତ କଳାକାରଙ୍କୁ ପ୍ରଶଂସା କରିଥିଲେ ହ୍ରିତିକ । ଏହାପରେ ସେ ଏହାର ରିଭ୍ୟୁକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

 

ହେଲେ ଅମୀରଙ୍କ ସିନେମା ଲାଲ୍ ସିଂ ଚଡ୍ଡାକୁ ହ୍ରିତକ ରୋଷନ ପ୍ରଶଂସା କରି ଏବେ ଅଡୁଆରେ ପଡିଛନ୍ତି । ହ୍ରିତିକଙ୍କ ଅଭିନୀତ ବିକ୍ରମବେଦା ସିନେମାଙ୍କୁ ବୟକଟ କରିବାକୁ ଏବେ ସୋସିଆଲ ମିଡିଆରେ ଟ୍ରେଡିଂ ଆରମ୍ଭ ହୋଇଯାଇଛି । ଏହି ସିନେମାରେ ହ୍ରିତିକ ରୋଶନଙ୍କ ସହ ସୈଫ ଅଲ୍ଲୀ ଖାନ ଅଭିନୟ କରିଛନ୍ତି । ଏହା ଏକ ତାମିଲ ଆକ୍ସନ ମୋଭି “ବିକ୍ରମ ବେଧା”ର ହିନ୍ଦି ରିମେକ । ଏହି ତାମିଲ ସିନେମାଟି ୨୦୧୭ ରେ ତାମିଲ ଭାଷାରେ ରିଲିଜ ହୋଇଥିଲା । ଏହି ସିନେମାରେ ଆର ମାଧବନ ଓ ବିଜୟ ସେଥୁପତି ମଧ୍ୟ ଅଭିନୟ କରିଛନ୍ତି ।