ଚାରିଆଡେ ‘ପୁଷ୍ପା’ ଟ୍ରେଣ୍ଡ୍ । କ୍ରିକେଟ ପିଚରେ ବୋଲର ଅନୁକରଣ କଲେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ ।

302

କନକ ବ୍ୟୁରୋ: ଚାରିଆଡେ ଏବେ ଫିଲ୍ମ ‘ପୁଷ୍ପା’ର ଟ୍ରେଣ୍ଡ୍ । ଏଥିରୁ ବାଦ ପଡିନି କ୍ରିକେଟ ଜଗତ । ଏହି ଫିଲ୍ମର ଲୋକପ୍ରିୟତା ଏତେ ବଢିଯାଇଛି ଯେ, ଏହାର ଗୀତ, ଡାଇଲଗ ଠାରୁ ଆରମ୍ଭ କରି ଆକ୍ନନ ସବୁକୁ ଅନୁକରଣ କରିବାରେ ଲାଗିଛନ୍ତି ଲୋକେ । କ୍ରିକେଟ ପିଚରେ ମଧ୍ୟ ଏହାର ଷ୍ଟାଇଲ ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ଅଷ୍ଟ୍ରେଲିଆର ଓପନିଙ୍ଗ ବୋଲର ଡେଭିଡ୍ ୱାର୍ଣ୍ଣର ଏହି ଫିଲ୍ମ ଗୀତର ତାଳରେ ତାଳ ମିଶାଇ ନାଚୁଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏବେ ପୁଣି ଏହି ଫିଲ୍ମର ଝଲକ ବାଂଲାଦେଶର ଟି-୨୦ ଲିଗରେ ଦେଖିବାକୁ ମିଳିଛି । ମ୍ୟାଚରେ ଜଣେ ବୋଲର ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ ଅନୁକରଣ କରୁଥିବା ଦେଖିବାକୁ ମିଳିଛି । ବିପିଏଲରେ ସିଲହଟ୍ ସନରାଇଜର୍ସ ପାଇଁ ଖେଳୁଥିବା ଲେଫ୍ଟ ଆର୍ମ ସ୍ପିନର ନଜମୁଲ ଇସ୍ଲାମ କୋମିଲା ୱିକିରିୟନ୍ସଙ୍କ ବିରୋଧରେ ୱିକେଟ ନେବା ପରେ ଆଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ କପି କରୁଥିବା ଦେଖିବାକୁ ମିଳିଥିଲା ।

ନିକଟରେ ଦିଲ୍ଲୀରେ ପୁଷ୍ପା ଫିଲ୍ମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ ୩ଜଣ ନାବାଳକ । ଏନେଇ ତାକୁ ଗିରଫ କରି ଜେରା କରିବାରୁ ସେମାନେ ଏହି ଫିଲ୍ମ ଷ୍ଟାଇଲରେ ମର୍ଡର କରି ଏହି ଭିଡିଓକୁ ପୋଷ୍ଟ କରିବାକୁ ଚାହୁଁଥିଲେ ବୋଲି କହିଥିଲେ  ।ଏହାଦ୍ୱାରା ପପୁଲାର ହେବାକୁ ଚାହୁଁଥିଲେ ବୋଲି କହିଥିଲେ ଏହି ୩ ହତ୍ୟାକରୀ ।