ବୌଦ୍ଧ : ୫୭ ନଂ ଜାତୀୟ ରାଜପଥ ନିକଟ ଏକ ପୋଲ ଉପରୁ ୩୦ଫୁଟ୍ ତଳକୁ ଖସିଲା ମାଲବୋଝେଇ ଟ୍ରକ, ଚାଳକ ମୃତ

35

କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ୫୭ ନଂ ଜାତୀୟ ରାଜପଥ ନିକଟ ଏକ ପୋଲ ଉପରୁ ୩୦ଫୁଟ୍ ତଳକୁ ଖସିଲା ମାଲ ବୋଝେଇ ଟ୍ରକ । ଘଟଣା ସ୍ଥଳରେ ଗାଡି ଚାଳକଙ୍କର ମୃତ୍ୟୁ ହୋଇଛି । ପାଣି ବୋତଲ ବୋଝେଇ ଟ୍ରକଟି ଖୋର୍ଦ୍ଧାରୁ ବଲାଙ୍ଗିର ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡିଥିଲା । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଂଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଡାକ୍ତରଖାନା ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।