ବ୍ଲାକମେଲ କୁଇନ୍ ଅର୍ଚ୍ଚନା ମାମଲାରେ ତେଜୁଛି ରାଜନୀତି: ଶାସକ ଦଳକୁ ଟାର୍ଗେଟ କଲା ଉଭୟ ବିଜେପି ଓ କଂଗ୍ରେସ

186

କନକ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଇଡି ଖୋଳତାଡ଼ କରୁଛି । ମିଳିଥିବା ସୂଚନା ଅନୁଯାୟୀ ୧୨ ଜଣ ନେତାଙ୍କୁ ଇଡି ନୋଟିସ କରିଛି । ଏମାନେ ପର୍ଯ୍ୟାୟ କ୍ରମେ ଆସି ଇଡି ଅଫିସରେ ହଜାର ହେବେ । ତେବେ ଏହି ସବୁ ନେତା କିଏ? ତାହାକୁ ନେଇ ପ୍ରଶ୍ନ ଉଠୁଛି । ଏହାରି ଭିତରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଏହି ମାମଲାରେ ଅନେକ ପ୍ରଭାବଶାଳୀ ନେତାଙ୍କ ସଂପୃକ୍ତି ରହିଛି । ଅନେକ ଆଇଏସ, ଆଇପିଏସ ଓ ନେତା ଏଥିରେ ସାମିଲ ଅଛନ୍ତି । ଏମାନଙ୍କ ଜୟନାରାୟଣ ଜାଣିଥିବା କହିଛନ୍ତି । ସେପଟେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଇଡି ତଦନ୍ତ କରିବା ସ୍ୱାଗତ ଯୋଗ୍ୟ କିନ୍ତୁ ପୂର୍ବରୁ ଯେଉଁ ରେକର୍ଡ ରହିଛି ସେଭଳି ନହେବା ଦରକାର । ଜବାବରେ ବିଜେଡି ବିଧାୟିକା ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଇଡି ଯାହାକୁ ନୋଟିସ କରିବା କଥା କରୁ, ଯିଏ ଦୋଷୀ ସେ ଦଣ୍ଡ ପାଇବ ।