ସାରାଦେଶରେ ଆରମ୍ଭ ହେଲା ବୁଷ୍ଟର ଡୋଜ୍ ଟିକାକରଣ: ସ୍ୱାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ତୃତୀୟ ଡୋଜ୍ 

127

କନକ ବ୍ୟୁରୋ: ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି କୋଭିଡ ବିରୋଧୀ ମୁକାବିଲା ପାଇଁ  ବୁଷ୍ଟର ବା ପ୍ରିକସନ ଡୋଜ୍ । ସ୍ୱାସ୍ଥ୍ୟକର୍ମୀ, ୬୦ବର୍ଷର  ଉର୍ଦ୍ଧ ବରିଷ୍ଠ ନାଗରିକ ଓ ନାନାବିଧ ଶାରୀରିକ ସମସ୍ୟାରେ ଥିବା ବ୍ୟକ୍ତିଙ୍କୁ ଆଜିଠୁ ବୁଷ୍ଟର ଡୋଜ ପ୍ରଦାନ ଆରମ୍ଭ ହୋଇଛି ।

ଦେଶରେ ମାଡି ମାଡି ଚାଲିଛି କରୋନାର ନୂଆ ନୂଆ ପ୍ରଜାତି । ବର୍ତମାନ ଦେଶ ସହ ସାରା ବିଶ୍ୱରେ ଚିନ୍ତା ବଢାଇଛି କରୋନାର ନୂଆ ଭାରିଆଂଟ ଓମିକ୍ରନ । ଦେଶରେ ହୁ ହୁ ହୋଇ କରୋନା ସଂକ୍ରମିିତଙ୍କ ସଂଖ୍ୟା ବୃ୍ଦ୍ଧି ପାଉଥିବାବେଳେ ଆଜିଠୁ ଆରମ୍ଭ ହୋଇଛି ବୁଷ୍ଟର ବା ପ୍ରିକସନ ଡୋଜର ଟିକାକରଣ । ସ୍ୱାସ୍ଥ୍ୟ କର୍ମୀ, ଆଗ ଧାଡିର କରୋନା ଯୋଦ୍ଧା ଏବଂ ବିଭିନ୍ନ ରୋଗରେ ପୀଡିତ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ତୃତୀୟ ଡୋଜ ନେଉଛନ୍ତି ।

ଏହି ଡୋଜ ପାଇଁ  ନୂଆ ପଂଜିକରଣ କରିବାକୁ ପଡିବ ନାହିଁ । କେବଳ ଆପଏଂଟମେଂଟ ନେଇ ପ୍ରିକସନ ଡୋଜ ନେଇ ହେବ । ତେବେ ଦ୍ୱିତୀୟ ଡୋଜ ଟିକା ନେବାର ୩୯ ସପ୍ତାହ ବିତିଥିବା ଆବଶ୍ୟକ । ବିଭିନ୍ନ ରୋଗରେ ପୀଡିତ ବରିଷ୍ଠ ନାଗରିକମାନେ ଡାକ୍ତରୀ ପରାମର୍ଶ ଅନୁସାରେ ଟିକା ନେବେ । ପୂର୍ବରୁ ଯିଏ ଯେଉଁ ଟିକା ନେଇଥିବେ ଏବେ ପ୍ରିକସନାରୀ ଡୋଜ ଭାବେ ସେହି ଟିକା ନେବେ । ଅର୍ଥାତ୍ ଯିଏ କୋଭାକ୍ସିନର ଦୁଇ ଡୋଜ ଟିକା ନେଇଥିବେ ସେମାନେ ବୁଷ୍ଟର ଡୋଜ ଭାବେ ସେହି କୋଭାକ୍ସିନ ଦିଆଯିବ । ସେହିପରି କୋଭିଶିଲ୍ଡ ନେଇଥିବା ବ୍ୟକ୍ତି ତୃତୀୟ ଡୋଜ ଭାବେ ସେହି କୋଭିଶିଲ୍ଡ ଟିକା ନେବେ ।

ଶନିବାର ସଂଧ୍ୟାରୁ ଅନ୍ ଲାଇନ ଆପଏଂଟମେଂଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁମାନେ ଅନ୍ ଲାଇନ୍ ଆପଏଂଟମେଂଟ ନେଇନଥିବେ ସେମାନେ ଅନ୍ ସାଇଟ୍ ବା ଟିକାକରଣ କେନ୍ଦ୍ରରେ ଆପଏଂଟମେଂଟ ନେଇ ତୃତୀୟ ଡୋଜ ନେଇପାରିବେ