ଛୋଟ ବ୍ୟବସାୟୀଙ୍କୁ ମୋଦିଙ୍କ ନୂଆ ବର୍ଷ ଭେଟି । ଜିଏସଟି ଛାଡ ସୀମା ୨୦ ଲକ୍ଷରୁ ୪୦ ଲକ୍ଷକୁ ବୃଦ୍ଧି ପାଇଁ ଜିଏସଟି ପରିଷଦ ବୈଠକରେ ନିଷ୍ପତି ।

183

କନକ ବ୍ୟୁରୋ: ଛୋଟ ବ୍ୟବସାୟୀଙ୍କୁ ମୋଦିଙ୍କ ନୂଆ ବର୍ଷ ଭେଟି । ଜିଏସଟି ଛାଡ଼ ସୀମା ୨୦ ଲକ୍ଷରୁ ୪୦ ଲକ୍ଷକୁ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ତେବେ ଏନେଇ ଆଜି ଜିଏସଟି ପରିଷଦ ବୈଠକରେ ନିଷ୍ପତି ହୋଇଛି । ୩୨ତମ ଜିଏସଟି କାନସିଲ୍ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ ଖୁସି ଖବର । ଛୋଟ ବ୍ୟବସାୟୀଙ୍କୁ ବଡ଼ ଫାଇଦା ଦେଇଛି ଜିଏସଟି କାଉନସିଲ୍ । କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ ଜିଏସଟି ଛାଡ ସୀମା ୨ ଗୁଣ ବୃଦ୍ଧି କରାଯାଇଛି । ଜିଏସଟି ଛାଡ ସୀମାକୁ ୨୦ଲକ୍ଷରୁ ବୃଦ୍ଧି କରି ଏବେ ୪୦ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ଫଳରେ ଯେଉଁ ବ୍ୟବସାୟୀ ବାର୍ଷିକ କାରବାର ୪୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ କରୁଛନ୍ତି ସେମାନଙ୍କୁ ଜିଏସଟି ଦାଖଲ କରିବାକୁ ପଡିବ ନାହିଁ ।

ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ବସିଥିବା ୩୨ ତମ ଜିଏସଟି କାଉନସିଲ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସେହିପରି କମ୍ପୋଜିସନ ସ୍କିମର ସୀମା ୧ କୋଟିର ବଢାଇ ଦେଢ କୋଟି କରାଯାଇଛି । ସରଳ ଭାଷାରେ କହିଲେ, ବାର୍ଷିକ ଦେଢ କୋଟି ଟଙ୍କାର ଟର୍ଣ୍ଣଓଭର କରୁଥିବା ବ୍ୟବସାୟୀ ଏହାର ଫାଇଦା ପାଇପାରିବେ । କମ୍ପୋଜିସନ ସ୍କିମ୍ର ଲାଭ ନେଉଥିବା କମ୍ପାନୀ ଏବେ ବର୍ଷକୁ ଥରେ ରିଟର୍ଣ୍ଣ ଦେବାକୁ ପଡିବ ।

ଟିକସ ପୈଠ ପ୍ରତି ତିନି ମାସରେ ଥରେ କରିପାରିବେ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସୂଚନା ଦେଇଛନ୍ତି । ଏହା ସର୍ଭିସ ସେକ୍ଟରରେ ମଧ୍ୟ କମ୍ପୋଜିଟ୍ ସ୍କିମ୍ ଲାଗୁ କରାଯାଇଛି । ସେହିପରି ରାଜ୍ୟ ମଧ୍ୟରେ ହେଉଥିବା ବ୍ୟବସାୟରେ ୧ ପ୍ରତିଶତ ସେସ୍ ଲଗାଇବା ପାଇଁ କେରଳକୁ ସ୍ୱତନ୍ତ୍ର ଅନୁମତି ଦେଇଛି ଜିଏସଟି କାଉନସିଲ୍ । ୨ ବର୍ଷ ପାଇଁ ଅତିରିକ୍ତ ସେସ୍ ଲଗାଇ ପାରିବେ କେରଳ ସରକାର । ଏହି ନୂଆ ନିୟମ ଅପ୍ରିଲ ପହିଲାରୁ ଲାଗୁ ହେବ ।