ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଫୁଟିଲା ବୋମା : ପ୍ଲଟିଂ ସ୍କିମ୍ କମିଶନ ଟଙ୍କା ଦେଣନେଣକୁ ନେଇ ବୋମାମାଡ଼

ଉଡ଼ିଗଲା ବିଲଡ଼ର ସଂସ୍ଥାର ଅଫିସ ଘର ଚାଦର, ୨ ଆହତ

162

କନକ ବ୍ୟୁରୋ : ପ୍ଲଟିଙ୍ଗ ସ୍କିମ୍ କମିଶନ ଟଙ୍କା ଦେଣନେଣକୁ ନେଇ ହୋଇଛି ବୋମାମାଡ଼ । ବୋମାମାଡ଼ରେ ଦୁଇଜଣ ଆହତ ହେବା ସହ ଉଡ଼ିଗଲା ବିଲଡ଼ର ସଂସ୍ଥାର ଅଫିସଘର  ଟିଣ ଚାଦର ।ଏପରି ଘଟିଛି ଭୁବନେଶ୍ୱର ଉପକଣ୍ଠରେ ଥିବା ବାଲିଅନ୍ତା ଥାନା ସରକଣା ପଂଚାୟତ ସରକଣା ମେଡ଼ିକାଲ ଆଗରେ । ଏକ ବିଲଡ଼ର ସଂସ୍ଥାରେ ଜମି ବିକ୍ରି ପରେ କମିଶନ ଟଙ୍କା ନେଣଦେଣ ନେଇ ବୋମାମାଡ଼ ହୋଇଛି ।

ଏହି ଘଟଣାପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ନିଜକୁ ଅସୁରକ୍ଷିତ ମନେକରୁଛନ୍ତି ସ୍ଥାନୀୟ ଲୋକେ । ବୋମାମାଡ଼ କରିଥିବା ଦୁଇ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଘଟଣାସ୍ଥଳରୁ ଦୁଇ ଯୁବକ ଫେରାର ହୋଇଯାଇଥିବାବେଳେ ପୋଲିସ ଖବରପାଇଥିଲେ ମଧ୍ୟ ଏନେଇ କୈାଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ହାତବାନ୍ଧି ବସିଛି ପୋଲିସ । ଫଳରେ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଛି ।