ଆଠଗଡର କୁଲାଇଲୋ ଅସ୍ଥିଶଲ୍ୟ ଚିକିତ୍ସା ସେବା ସଦନରେ ବୋମାମାଡ: ରାତି ୨ରୁ ୩ ଭିତରେ ବୋମାମାଡ କଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

339

କନକ ବ୍ୟୁରୋ: ଆଠଗଡ ସ୍ଥିତ କୁଲାଇଲୋ ସ୍ଥିତ ଅନନ୍ତ ବେଉରା ଅସ୍ଥିଶଲ୍ୟ ଡାକ୍ତରଖାନା ଉପରେ ବୋମା ମାଡ । ଗତକାଲି ମଧ୍ୟ ରାତ୍ରିରେ କୁଲାଇଲୋ ସ୍ଥିତ ଅନନ୍ତ ବେଉରା ଅସ୍ଥି ଶଲ୍ୟ ଡାକ୍ତରଖାନା ଉପରେ ଏହି ବୋମାମାଡ ହୋଇଛି । ବୋମା ମାଡର କାରଣ ଅସ୍ପଷ୍ଟ ରହିଛି । ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ ଏହି ବୋମାମାଡ କରାଯାଇଥିବା କୁହାଯାଇଛି ।

ଆଠଗଡ ପୋଲିସ ପହଁଚି ଘଟଣାର ତଦନ୍ତ କରୁଛି । ସେବା ସଦନର ମୁଖ୍ୟ ଫାଟକ ଉପରେ ବୋମା ମାଡ ଫଳରେ ପାଖରେ ଥିବା ଦୋକାନ ଘରର କାଚ ଭାଙ୍ଗି ଯାଇଛି । ଏଭଳି ବୋମାମାଡ ପରେ କୁଲାଇଲୋ ଅସ୍ଥିଶଲ୍ୟ ଚିକିତ୍ସାକେନ୍ଦ୍ରରେ ଚିକିତ୍ସିତ ହେଉଥିବା ହାଡଭଂଗା ରୋଗୀ ଭୟଭୀତ ହୋଇପଡିଛନ୍ତି ।