ପୋଲିସ ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ । ବ୍ରହ୍ମପୁରରୁ ଆସିଲା ଆତଙ୍କିତ କଲାଭଳି ଖବର

171

କନକ ବ୍ୟୁରୋ : ପୋଲିସ ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ । ବ୍ରହ୍ମପୁରରୁ ଆସିଲା ଆତଙ୍କିତ କଲା ଭଳି ଖବର । ଦୁର୍ବୃତ୍ତ-ପୋଲିସ ମୁହାଁମୁହିଁ ପରେ ବୋମାମାଡ ହୋଇଥିବା ସୂଚନା । ଏହି ଘଟଣା ଘଟିଛି ବଡବଜାର ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ।

ସୂଚନା ଅନୁସାରେ, ଗତକାଲି ଶ୍ରୀକ୍ଷେତ୍ର ବିହାର ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଯାହାକୁ ନେଇ ଜଣଙ୍କ ଘର ଉପରକୁ ବୋମା ମାଡ ହୋଇଥିଲା । ସେହି ଘଟଣାକୁ ନେଇ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିଲା । ଆଜି ଦୁର୍ବୃତ୍ତ ଶ୍ରୀକ୍ଷେତ୍ର ବାହାରରେ ଲୁଚିଥିବା ସୂଚନା ପାଇଁ ରେଡ୍ କରିଥିଲା ପୋଲିସ । ପୋଲିସର ଚଢାଉ ବେଳେ ପୋଲିସ ଉପରକୁ ବୋମାମାଡ କରିଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ବ୍ରହ୍ମପୁର ଏସରି ଆସି ପହଞ୍ଚିଥିବା ବେଳେ ପ୍ରଥମିକ ଯାଞ୍ଚରୁ ଦୁଇଟି ଅଫୁଟା ବୋମା ସହିତ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି ।