କନକ ବ୍ୟୁରୋ: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନନ୍ଦିରା ସ୍ଥିତ କ୍ୟାମ୍ପ ଅଫିସରେ ବୋମା । ତାହା ପୁଣି ଟାଇମ ବମ୍ ଭଳି ଦେଖାଯାଉଥିଲା । ସକାଳୁ ସକାଳୁ ଏପରି ଏକ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଅତି ସତର୍କତାର ସହିତ ବୋମାକୁ ନିଷ୍କ୍ରିୟ କରିବା ସହ ଜବତ କରିଥିଲେ । ସେପଟେ ଏହା କୁଚକ୍ରିଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି ବିଧାୟକ ।

Advertisment
  • ବିଧାୟକଙ୍କ କ୍ୟାମ୍ପ ପରିସରରେ ବୋମା
  • ନିଷ୍କ୍ରିୟ କଲେ ବମ୍ ସ୍କ୍ୱାଡ

ତେବେ ତାଳଚେର ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କ୍ୟାମ୍ପ ଅଫିସ ପରିସର ଭିତରେ ପଡିଥିବା ବୋମାଟି ଟାଇମ ବମ୍ ଭଳି ଦେଖାଯାଉଥିଲା । ସକାଳୁ ସକାଳୁ ଏହି ଖବର ସାମନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଥିଲା । ଯଦି ବୋମା ବିସ୍ଫୋଣ ହେବ କଣ ହୁଏ, ତାହେଲେ କଣ ହେବ, ଚିନ୍ତା କରି ଆତଙ୍କିତ ହୋଇପଡିଥିଲେ ବିଧାୟକଙ୍କ ସମେତ ଆଖପାଖର ଲୋକ ।

ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ବୋମା ନିଷ୍କ୍ରିୟକାରୀ ଦଳ । ଆଉ ଅତି ସତର୍କତାର ସହିତ ବୋମାକୁ ନିଷ୍କ୍ରିୟ କରିବା ସହ ଜବତ କରିଥିଲେ । ତେବେ କିଏ ଓ କାହିଁକି ବୋମା ରଖିଥିଲା ତାହା ଜଣାପଡିନଥିଲେ ବି ଏହା କୁଚକ୍ରିଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି ବିଧାୟକ । ଅନ୍ୟପଟେ ତଦନ୍ତ ଆରମ୍ଭ କରିଛି ପୋଲିସ ।