ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ : ୧୦ରୁ ଅଧିକ ଫିଲ୍ମରେ ନିର୍ଦ୍ଦେଶନା ସହ ଶତାଧିକ ଫିଲ୍ମରେ ଛାଡ଼ିଛନ୍ତି ଅଭିନୟର ଛାପ

189

କନକ ବ୍ୟୁରୋ : ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ । ୬୭ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି । ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଏକାଧାରରେ ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ । ବହୁ ଚଳଚ୍ଚିତ୍ର ଲାଗି ସେ ଚିତ୍ରନାଟ୍ୟ ମଧ୍ୟ ରଚନା କରିଥିଲେ ।

ସତୀଶ କୌଶିକ ୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଛାତ୍ର ଜୀବନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା । କଲେଜ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଓ ପୁନେର ଏଫଟିଆଇଆଇରେ ଅଧ୍ୟନ କରିଥିଲେ । ବଲିଉଡ଼ ଫିଲ୍ମ ମିଷ୍ଟର ଇଣ୍ଡିଆ, ଦିୱାନା ମସ୍ତାନା, ରାମଲକ୍ଷ୍ମଣ, ସାଜନ ଚଲେ ଶଶୁରାଲ ଛବିରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ସେ ୨ଥର ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ଲାଭ କରିଥିଲେ ।

– ଏକାଧାରାରେ ସେ ଥିଲେ ଅଭିନେତା, କମେଡିଆନ୍, ସ୍କିପ୍ଟ ରାଇଟର. ନିର୍ଦ୍ଦେଶ ଓ ପ୍ରଯୋଜକ
– ସତୀଶଙ୍କ ଜନ୍ମ ୧୩ ଅପ୍ରିଲ ୧୯୬୫ରେ ହରିୟାଣା ହୋଇଥିଲା
– ପ୍ରଥମେ ଥିଏଟରରେ କରୁଥିଲେ କାମ
– ୧୯୮୭ରେ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରୁ ମିଳିଥିଲା ପରିଚୟ
– ୧୯୯୭ରେ ‘ଦିୱାନା ମସ୍ତାନା’ରେ ପପୁ ପେଜର ଚିରତ୍ରରେ ଆସିଥିଲେ ନଜର
– ୨ଥର ଶ୍ରେଷ୍ଠ ଅଭିନେତା ଭାବେ ପାଇଛନ୍ତି ଫିଲ୍ମ ଫେୟାର ପୁରସ୍କାର
– ୧୯୯୦ରେ ‘ରାମ ଲକ୍ଷ୍ମଣ’,୧୯୯୭ରେ ‘ସାଜନ ଚଲେ ସସୁରାଲ’ ପାଇଁ ପାଇଥିଲେ ପୁରସ୍କାର
– ଦିଲ୍ଲୀ ସ୍କୁଲରେ ପଢ଼ୁଥିଲେ ସତୀଶ
– କିରୋଡିମଲ କଲେଜରେ ସ୍ନାତକ ପରେ ନ୍ୟାସନାଲ ସ୍କୁଲରେ ଅଫ ଡ୍ରାମାରେ ପଢ଼ିଥିଲେ
– ୧୯୮୫ରେ ଶଶି କୌଶିକଙ୍କୁ କରିଥିଲେ ବିବାହ