କନକ ବ୍ୟୁରୋ : ରାଜନେତାଙ୍କ ପାର୍ଟିରେ ବଲିଉଡ ସେଲିବ୍ରିଟି । ମୁମ୍ବାଇରେ କଂଗ୍ରେସ ନେତାଙ୍କ ଆୟୋଜିତ ଇଫତାର ପାର୍ଟିରେ ବଲିଉଡ ସେଲିବ୍ରିଟି ସଲମାନ ଓ ପୂଜାଙ୍କୁ ନେଇ ଚର୍ଚ୍ଚା ବଢିଛି । କଂଗ୍ରେସ ନେତା ବାବା ସିଦ୍ଦିକି ଓ ତାଙ୍କ ବିଧାୟକ ପୁଅ ଜିସାନ ସିଦ୍ଦିକ ମୁମ୍ବାଇ ବାସଭବନରେ ଇଫତାର ପାଟି ଆୟୋଜନ କରିଥିଲେ । ଏହି ପାର୍ଟିରେ ଯୋଗ ଦେବାକୁ ବହୁ ବଲିଉଡ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ ରହିଥିଲା । ତେବେ ପାର୍ଟିରେ ସଲମାନ୍ ଓ ଶାହରୁଖଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଆଗକୁ ‘ଇଦ୍’ରେ ସଲମାନ ଓ ପୂଜାଙ୍କ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ଏହି ଦୁଇଜଣ ଏବେ ଫିଲ୍ମର ପ୍ରମୋସନର ଲାଗିପଡିଛନ୍ତି । ଖାସ୍ କରି ବିଭିନ୍ନ ପାର୍ଟିରେ ଏହି ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳିିଛି ।

Advertisment