ଦିନ ଥିଲା ବହି ଖଣ୍ଡେ କିଣିବା ପାଇଁ କିଙ୍ଗ ଖାନଙ୍କ ପାଖରେ ନଥିଲା ଟଙ୍କା !

67

ବଲଉଡ କିଙ୍ଗ ଖାନ ଶାହାରୁଖ ଖାନଙ୍କ ପାଖରେ ଏବେ ଅସୁମାରୀ ଧନଦୌଲତ ଅଛି । ତାଙ୍କୁ ଏବେ ନଜାଣେ କିଏ, ଲକ୍ଷ ଲକ୍ଷ ଲୋକ ତାଙ୍କର ପ୍ରଶଂସକ । କିନ୍ତୁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଥିବା ବାଦଶାହା ଦିନ ଥିଲା କମିକ ପୁସ୍ତକ କିଣିବା ପାଇଁ ଅନ୍ୟ ଠାରୁ ଉଦ୍ଧାରରେ ଟଙ୍କା ଆଣୁଥିଲେ । ନିକଟରେ ଏକ ସୋରେ ଯୋଗଦେଇ ଶାହାରୁଖ କହିଛନ୍ତି ଛୋଟବେଳେୁ ତାଙ୍କୁ କାର୍ଟୁନ ଦେଖିବାକୁ ବହୁତ ଭଲ ଲାଗୁଥିଲା ।

କେବଳ ଏତିକି ନୁହଁ କମିକ ପୁସ୍ତ କିଣିବା ପାଇଁ ସେ ତାଙ୍କ ସାଙ୍ଗ ମାନଙ୍କ ଠାରୁ ଅନେକ ଥର ଟଙ୍କା ଉଦ୍ଧାର ନେଇଥିଲେ ବୋଲି ପ୍ରକାଶ କରୁଛନ୍ତି । ଗୋଟିଏ ପଟେ ଶାହାରୁଖ ଖାନଙ୍କୁ ବଲିଉଡ ବାଦଶାହା କୁହାଯାଉଥିବା ବେଳେ ଅନ୍ୟପଟେ ବ୍ୟବସାୟ ଜଗତରେ ମଧ୍ୟ ସେ ବହୁତ ସଫଳ । ବଲିଉଡରେ ସବୁଠାରୁ ସଫଲ ଅଭିନେତା ମାନଙ୍କ ଠାରୁ ଜଣେ ହେଲେ ଶାହାରୁଖ ଏବଂ ଏହାସହ ସବୁଠାରୁ ଅଧିକ ଆୟ କରୁଥିବା ତାରକା ମାନଙ୍କ ମଧ୍ୟରୁ ଜଣେ ।

ଫୋବର୍ସ ପତ୍ରିକା ତାଙ୍କୁ ଧନୀ ତାରକାଙ୍କ ତାଲିକାରେ ରଖିଚନ୍ତି । କେବେ ମୁମ୍ବାଇ ର ସଡକରେ ରାତି କାଟୁଥିବା ମଣିଷ ଏବେ ସେହି ସହରରେ ତୃତୀୟ ସବୁଠାରୁ ଦାମୀ ଘରେ ରହୁଛନ୍ତି । ପ୍ରଥମାରୁ ଶାହାରୁଖଙ୍କ ସମୁଦ୍ର ପାଖରେ ଏକ ଘର ଦରକାର ଥିଲା ଏବଂ ସଂଯୋଗବଶତଃ ଏବେ ତାଙ୍କ ଘର ମନ୍ନତ ସମୁଦ୍ର ପାଖରେ ହିଁ ଅବସ୍ଥିତ । ମନ୍ନତର ମୂଲ୍ୟ ପାଖାପାଖି ୨୦୦୦ କୋଟି ଟଙ୍କା ।