ଆୟକର ବିଭାଗର ସ୍କାନରରେ ବଲିଉଡ ବାଦଶାହା ଶାହାରୁଖ ଖାନ । ଶାହାରୁଖ ଆଲିବାଗ ଜମି କିଣିବାବେଳେ ଜାଲ କାଗଜପତ୍ର ଦେଇଥିବା ନେଇ ଜଣେ ସ୍ୱେଚ୍ଛାସେବୀଙ୍କ ଅଭିଯୋଗର ଛାନଭିନ କରୁଛି ଆୟକର ବିଭାଗ । ଆଲିବାଗରେ ସମୁଦ୍ର କୂଳକୁ ଲାଗି ୧୧ଶହ ବର୍ଗମିଟର ଜମିରେ ଏକ ବିଶାଳ ବଙ୍ଗଳା ତିଆରି କରିଛନ୍ତି ଶାହାରୁଖ ଖାନ । ଯେଉଁଥିରେ ଏକ ସ୍ୱିମିଂପୁଲ ଓ ନିଜସ୍ୱ ହେଲିପ୍ୟାଡ ମଧ୍ୟ ରହିଛି । ତେବେ ଚାଷ ପାଇଁ ଉଦ୍ଦିଷ୍ଟ ଜମିକୁ ଚଂଚକତା କରି ନେବାପରେ ଏଠାରେ ଏକ ସୁପର ଲଗଜୁରି ବଙ୍ଗଳା ତିଆରି କରିଥିବାରୁ ଆଇଟିରେ ଅଭିଯୋଗ କରିଛନ୍ତି ଆଲିବାଗର ଜଣେ ସ୍ୱେଛାସେବୀ ।
ସବୁଠାରୁ ବଡକଥା ହେଉଛି, ଏହି ଜମିରେ ଚାଷ କରିବେ ବୋଲି ନିଜ ଆବେଦନରେ ଦର୍ଶାଇଥିଲେ ଶାହାରୁଖ । ହେଲେ ଏଠାରେ ଏକ ବିଶାଳ କୋଠା ତିଆରି କରିଛନ୍ତି ଶାହାରୁଖ । ଶାହରୁଖଙ୍କ ବିରୋଧରେ ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର, ଜାଲ କାଗଜପତ୍ର ଦେବା ଓ ଠକିବା ଅଭିଯୋଗରେ ୪୬୭, ୪୬୮ ଓ ୪୨୦ରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି ସ୍ୱେଚ୍ଛାସେବୀ ସୁରେନ୍ଦ୍ର ଧାୱଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/saharuk.jpg)