ସଫଳତାର ଶୀର୍ଷରେ ସନି ଲିଓନି : ନୂଆ ବର୍ଷ ଲାଇଭ ପରଫରମାନ୍ସ ପାଇଁ ୪ କୋଟି ଟଙ୍କାର ଅଫର

51

ବଲିଉଡରେ ପ୍ରବେଶ କରିବା ପରେ ପର୍ଣ୍ଣଷ୍ଟାର ସନି ଲିଓନି ଏବେ ସଫଳତାର ଶୀର୍ଷରେ ଅଛନ୍ତି । ଆସ୍ତେ  ଆସ୍ତେ ତାଙ୍କ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ସଫଳତାର ଫର୍ଦ ଯୋଡି ହୋଇ ଯାଉଛି । ନୂଆ ବର୍ଷ ଉପଲକ୍ଷେ ଏବେ ସେ ଏପରି କିଛି କରିବାକୁ ଯାଉଛନ୍ତି ଯାହାର ପ୍ରତିବଦଳରେ ତାଙ୍କୁ କୋଟି କୋଟି ଟଙ୍କାର ଅଫର ଆସିଛି । ସମସ୍ତେ ଜାଣନ୍ତି ସନି ଲିଓନି ଶାହାରୁଖ ଖାନଙ୍କ ଅଭିନୀତ ‘ରଇସ’ ସିନେମାରେ ‘ଲୈଲା ଓ ଲୈଲା’ ଗୀତରେ ଏକ ଆଇଟମ ନମ୍ବର କରିଛନ୍ତି । ଏଇ ଗୀତରେ ଲାଇଭ ପରଫରମାନ୍ସ ପାଇଁ ତାଙ୍କୁ ବହୁତ ଅଫର ମିଳୁଛି ।

ମିଡିଆ ସୂତ୍ରରୁ ଜଣା ପଡିଛି ମୁମ୍ବାଇର ଏକ ପଞ୍ଚତାରକା ହୋଟେଲ ତାଙ୍କୁ ନୂଆ ବର୍ଷ ରାତିରେ ‘ଲୈଲା ଓ ଲୈଲା’ ଗୀତରେ ଲାଇଭ ପରଫରମାନ୍ସ ପାଇଁ ୪ କୋଟି ଟଙ୍କାର ଅଫର କରିଛି । ଏପର୍ଯ୍ୟନ୍ତ ଜଣାପଡି ନାହିଁ ସେ ଏଇ ଅଫରକୁ ଗ୍ରହଣ କରିଛନ୍ତି ନା ନାହିଁ । ୧୯୮୦ର କୁର୍ବାନି ସିନେମାର ଏହି ଗୀତକୁ ଏବେ ନିର୍ଦ୍ଦେଶକ ରାହୁଲ ଢୋଲେକିଆ ନିଜ ସିନେମା ରଇସରେ ରିମିକ୍ସ କରିଛନ୍ତି ।