ବଦନାମ ବଜାରରେ ବୁଲୁଛି ବଲାଙ୍ଗିରର ରେପ୍ ଭିଡିଓ

ଚଳନ୍ତା ଗାଡିରେ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଦୁର୍ବୃତଙ୍କୁ ଯୁବତୀ ଜଣକ ଚିହ୍ନି ପାରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନି ପୁଲିସ

ବଲାଙ୍ଗିର : ବଦଳୁଥିବା ଯୁଗ କେମିତି ଯୁବପିଢୀଙ୍କୁ ବାଟବଣା କରୁଛି । ଛୋଟଛୋଟ ପିଲାଙ୍କ ମନ କେମିତି ଅପରାଧପ୍ରବଣ ହୋଇପଡୁଛି, ତାର ପ୍ରମାଣ ମିଳିଛି ରାଜ୍ୟର ଏକ ଛୋଟିଆ ଅଂଚଳରୁ । ଘଟଣାଟି ଏକ କ୍ରାଇମ୍ ଥ୍ରିଲରଠାରୁ କିଛି କମ୍ ନୁହେଁ । ଯେଉଁଠି ଟଙ୍କା ପାଇଁ ତିଆରି ହେଉଛି ରେପ୍ ଭିଡିଓ । ପ୍ରେମୀ ଯୁଗଳଙ୍କୁ ବାଧ୍ୟ କରାଯାଉଛି ଶାରୀରିକ ସଂପର୍କ ସ୍ଥାପନ କରିବାକୁ । ଆଉ ସେହି ଦୁର୍ବଳ ମୁହୁର୍ତକୁ କ୍ୟାମେରାରେ କଏଦ୍ କରିବା ପରେ ଆରମ୍ଭ ହେଉଛି ବ୍ଲାକମେଲିଂ । ଗତକାଲି ବଲାଙ୍ଗିର ଜିଲ୍ଲାରୁ ଆସିଥିଲା ଏହି ଚାଂଚଲ୍ୟକର ଖବର । ଆଜି କନକ ନ୍ୟୁଜ୍ କ୍ୟାମେରାକୁ ସାମ୍ନା କରିଛନ୍ତି ନିଜେ ପୀଡିତା । ଆଉ କହିଛନ୍ତି ସେହି ଲଜ୍ଜାର କାହାଣୀ। ଦେଖନ୍ତୁ ଏହି ଏକ୍ସକ୍ଲୁସିଭ୍ ରିପୋର୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe