ବଲାଙ୍ଗୀର କନ୍ୟାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ ! କନ୍ୟାଶ୍ରମ ଛାତ୍ରୀଙ୍କ ଟଙ୍କା ଆତ୍ମସାତ ଅଭିଯୋଗରେ ରେଡ

47

କନକ ବ୍ୟୁରୋ : କନ୍ୟାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ । ବଲାଙ୍ଗୀର ଜିଲ୍ଲା ସୈତଳା ବ୍ଲକ୍ ଭୋଗଳ ବନଗୁଲା ଆବାସିକ କନ୍ୟାଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବାସଭବନରେ ବଲାଙ୍ଗୀର ଦୁର୍ନୀତି ନିବାରଣ ବିଭାଗ ଚଢାଉ କରିଛି । ପ୍ରଧାନଶିକ୍ଷକଙ୍କ ପାଟଣାଗଡ ଗଙ୍ଗାନଗରସ୍ଥିତ ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରହିଛି ।

କନ୍ୟାଶ୍ରମ ଛାତ୍ରୀ ମାନଙ୍କ ପାଇଁ ଆସିଥିବା ଟଙ୍କା ଆତ୍ମସାତ ଅଭିଯୋଗରେ ଏହି ଚଢାଉ ହୋଇଛି । ପ୍ରଧାନଶିକ୍ଷକଙ୍କ ବାସଭବନ ସହ ସୈତଳା ଅଫିସ, ସରକାରୀ ବାସଭବନ ଓ ଟିଟିଲାଗଡ ସ୍ଥିତ ସଂପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରିଛି ଦୁର୍ନୀତି ନିବାରଣ ବିଭାଗ । ଏହି ଚଢାଉରୁ ବହୁତ କିଛି ମିଳିଛି ବୋଲି ସୂଚନା ଦେଇଛନ୍ତି ବଲାଙ୍ଗିର ଦୁର୍ନୀତି ବିଭାଗର ଡିଏସପି ।