ଲେଖକଙ୍କ ବହି ପଢୁ ପଢୁ ନିଜେ ପାଲଟିଗଲେ ଲେଖକ । ୧୮ ବର୍ଷିୟ ସୁଦିପ୍ତଙ୍କ ବହିରେ ବ୍ୟବସାୟର ସରଳ ସୂତ୍ର । ଚର୍ଚ୍ଚାରେ ବଲାଙ୍ଗୀରର ବିଶ୍ୱର ସର୍ବ କନିଷ୍ଠ ଲେଖକ ।

243

କନକ ବ୍ୟୁରୋ: ପାଠ ପଢିବି କିନ୍ତୁ ଚାକିରି କରିବିନି । ପାଠ ପଢି ମୁଁ ବିଜନେସ ମ୍ୟାନ ହେବି । ସମସ୍ତଙ୍କ ଠାରୁ କିଛି ଭିନ୍ନ କରିବାର ଲକ୍ଷ୍ୟ ରଖି ପିଲାବେଳୁ ବ୍ୟବସାୟ ଭିତିକ ବହି ପଢିଆସୁଛନ୍ତି ସେ । କମ ବୟସରୁ ବ୍ୟବସାୟ ମନସ୍କ ହୋଇ ବିଭିନ୍ନ ଲେଖକଙ୍କ ବହି ପଢୁଥିବା ସୁଦିପ୍ତ ଯେ ଦିନେ ନିଜେ ଗୋଟେ ବହି ଲେଖିଦେବେ ତାହା ସେ କେବେ କଳ୍ପନା କରିନଥିଲା । ଆଉ ସେହି ବହି ପୁଣି ବ୍ରାଭୋ ଇଣ୍ଟର ନ୍ୟାସନାଲ ବୁକ ଅଫ ୱାଲ୍ଡ ରେକର୍ଡରେ ସ୍ଥାନ ପାଇବ, ସେ ବନିବେ ବିଶ୍ୱର ସର୍ବ କନିଷ୍ଠ ଲେଖକ ତାହା ସେ କେବେ ଭାବି ନଥିଲେ ।

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ଆଶ୍ରମପଡାରେ ରହୁଥିବା ଆଇନଜୀବୀ ଦାମୋଦର ସାହୁ ଏବଂ ପତ୍ନୀ ପ୍ରତିମା ସାହୁଙ୍କ ପୁଅ ସୁଦିପ୍ତ ମାତ୍ର ୧୮ ବର୍ଷ ବୟସରୁ ବିଶ୍ୱର ସର୍ବ କନିଷ୍ଠ ଲେଖକର ମାନ୍ୟତା ପାଇଛନ୍ତି । ଆଉ ତାଙ୍କ ବହି ଏବେ ଦୁନିଆ ପଢୁଛି । ବଲାଙ୍ଗୀର ପୁଅର ବିଜନେଓ ବହି ବିଶ୍ୱସ୍ତରର ମାନ୍ୟତା ପାଇବା ପରେ ତାଙ୍କ ପରିବାର ଲୋକେ ବେଶ ଖୁସି ଅଛନ୍ତି । ତେବେ ପ୍ଲସ ଟୁ ପଢିବା ବେଳେ ସୁଦିପ୍ତ ଇଂରାଜୀ ଭାଷାରେ ମାନୁଆଲ ଅଫ ଷ୍ଟାର୍ଟ ଅପ ବିଜନେଓ ନାମକ ଏକ ପୁସ୍ତକ ଲେଖିଥିଲେ ।ଯାହା ପରର୍ତ୍ତୀ ସମୟରେ ଦିଲ୍ଲୀର ଏକ ପ୍ରକାଶନୀ ଦ୍ୱାରା ପ୍ରକାଶିତ ହୋଇଥିଲା । ଆଉ ପରେ ବ୍ରାଭୋ ଇଣ୍ଟର ନ୍ୟାସନାଲ ବୁକ ଅଫ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

ଓଡିଆ ପୁଅର ଏହି ଇରାଜୀ ବହି ବିଭିନ୍ନ ଆନ୍ତର୍ଜାତୀୟ ପୁସ୍ତକ ମେଳାରେ ସାମିଲ ହୋଇଛି । ଆଉ ଲୋକେ ବି ଏହାକୁ ପସନ୍ଦ କରିଛନ୍ତି । ତେବେ ପିଲାବେଳୁ ସୁଦିପ୍ତ ଭଲ ପାଠ ପଢୁଥିଲେ ବି ଚାକିରି ନକରି ବ୍ୟବସାୟ କରିବାକୁ ମନ ବଳାଇଥିଲେ ସୁଦିପ୍ତ । ଏଥିପାଇଁ ସେ ବିଭିନ୍ନ ଅଥରଙ୍କ ବିଜନେଓ ବହି ପଢୁଥିଲେ । ସବୁଠାରୁ ବଡ କଥା ସେ ପାଠ ପଢିଲା ବେଳେ ୩ଟି କମ୍ପାନୀ ବି ଚଳାଉଥିଲେ ଯାହା ପରବର୍ତ୍ତୀ ସମୟରେ ବନ୍ଦ ହୋଇଗଲା । ସେହି ବିଜନେସରୁ ମିଳିଥିବା ଅଭିଜ୍ଞତା ଓ ଶିକ୍ଷାକୁ ନିଜ ଷ୍ଟାର୍ଟ ଅପ ବହିରେ ସ୍ଥାନ ଦେଇ ଆଜି ସେ ବିଶ୍ୱର ସର୍ବ କନିଷ୍ଠ ଲେଖକ ହୋଇପାରିଛନ୍ତି । ଭବିଷ୍ୟତରେ ସେ ଜଣେ ଶିଳ୍ପପତି ହେବା ସହ ସମାଜସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ କମ ବୟସରୁ କମାଲ କରି ବିଶ୍ୱର ଆଖିକୁ ବଲାଙ୍ଗୀର ଉପରେ ପକାଇଥିବା ସୁଦିପ୍ତ ଏବେ କେବଳ ଗାଁ ପାଇଁ ନୁହେଁ ପୂରା ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ।