କନକ ବ୍ୟୁରୋ : ଥାନା ଭିତରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ବବଲୁ ବେହେରାର ମୃତଦେହ ଉଦ୍ଧାର ହୋଇଛି । ଯୋବ୍ରା ବ୍ୟାରେଜ ନିକଟରୁ ଏକ ଅଚିହ୍ନା ମୃତଦେହ ଉଦ୍ଧାର ହୋଇଛି । ଏହି ଅଚିହ୍ନା ମୃତଦେହ ବବଲୁ ବୋଲି ତାଙ୍କ ପରିବାର ଲୋକେ ସ୍ପଷ୍ଟ କରିଛନ୍ତି । ଗତକାଲି କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିବା ପରେ ମହାନଦୀକୁ ବବଲୁ ଡେଇଁ ପଡିଥିଲା ।

Advertisment

ମୋବାଇଲ ଚୋରି ଅଭିଯୋଗରେ ବବଲୁକୁ ପଚରାଉଚରା ପାଇଁ ଆଣିଥିଲା ପୁଲିସ । ଥାନାରୁ ଅଭିଯୁକ୍ତ ବବଲୁ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା । ତେବେ ପୋଲିସ ଉପସ୍ଥିତିରେ ଥାନା ଭିତରୁ କେମିତି ଅଭିଯୁକ୍ତ ଫେରାର ହେଲା ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବବଲୁର ମୃତଦେହ ଉଦ୍ଧାର ହୋଇଛି । କିଭଳି ମୃତ୍ୟୁ ହୋଇଛି ବବଲୁର ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ପରିବାର ଲୋକେ ଥାନା ଅଧିକାରୀଙ୍କୁ ଦାୟୀ କରି ବର୍ଷିଛନ୍ତି ।