ଓସିଏ ଉପରେ ବିଜେଡିର ହେଭିୱେଟ୍ ନେତାଙ୍କ ନଜର । ପ୍ରଣବ ପ୍ରକାଶ ଦାସ ହୋଇପାରନ୍ତି ସଭାପତି ପ୍ରାର୍ଥୀ, ନିଦ୍ୱର୍ନ୍ଦ୍ୱରେ ହୋଇପାରନ୍ତି ନିର୍ବାଚିତ ।

293

କନକ ବ୍ୟୁରୋ : ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଯାଜପୁର କ୍ରିକେଟ ଆସୋସିଏସନ୍ ଓସିଏକୁ ପଠାଇବା ପରେ, ସଭାପତି ପଦ ଉପରେ ତାଙ୍କର ନଜର ଥିବା ଅନୁମାନ କରାଯାଉଥିଲା । ଯାହା ଆଜି ପୁରୀରେ ବସିଥିବା ବୈଠକରେ ସ୍ପଷ୍ଟ ହୋଇଯାଇଛି । କୁହାଯାଉଛି ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ନେତୃତ୍ୱରେ ପୁରୀର ଏକ ହୋଟେଲରେ ଏକାଠି ହୋଇଥିଲେ ଓଡିଶା କ୍ରିକେଟ୍ ଆସୋସିଏସନର ୪୨ ସଦସ୍ୟ । ଆଉ ସମସ୍ତେ ପ୍ରଣବ ପ୍ରକାଶ ଦାସଙ୍କୁ ଓସିଏ ସଭାପତି ପ୍ରାର୍ଥୀତ୍ୱ ନେଇ ସମ୍ମତି ଜଣାଇଥିବା କୁହାଯାଉଛି ।

ଓସିଏ ନିର୍ବାଚନ ପାଇଁ ଆଗାମୀ ୨୧ ତାରିଖରେ ହେବ ନାମାଙ୍କନ ଏବଂ ୨୮ ତାରିଖରେ ହେବ ଭୋଟିଂ । ଚର୍ଚ୍ଚା ହେଉଛି ବର୍ତମାନର ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପ-ସଭାପତି ପ୍ରାର୍ଥୀ ଓ ସଂଜୟ ବେହେରା ସମ୍ପାଦକ ପ୍ରାର୍ଥୀ ହୋଇ ପାରନ୍ତି । ଏପରିକି ଚର୍ଚ୍ଚା ହେଉଛି ଏଥର ଓସିଏ ପଦାଧିକାରୀଙ୍କ ନିର୍ବାଚନ ହୋଇ ନପାରେ । ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ସମସ୍ତେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇ ପାରନ୍ତି ।