ଡଙ୍ଗା ବୁଡିର ଲାଇଭ ଦୃଶ୍ୟ…ଆସାମ ସୋନିତପୁର ଜିଆ ଭରେଲି ନଦୀରେ ବୁଡିଗଲା ଡଙ୍ଗା; ୭୦ରୁ ଅଧିକ ଉଦ୍ଧାର, ଏବେବି ନିଖୋଜ ଅନେକ

747

କନକ ବ୍ୟୁରୋ: ଡଙ୍ଗା ବୁଡିବାର ଲାଇଭ ଦୃଶ୍ୟ । ଆସାମ ସୋନିତପୁରରେ ଜିଆ ଭରେଲି ନଦୀରେ ଯାତ୍ରୀଙ୍କୁ ନେଇ ଯାଉଥିବା ଡ଼ଙ୍ଗା ବୁଡ଼ି ଯାଇଛି । ସୂଚନା ଅନୁସାରେ ଏହି ଡ଼ଙ୍ଗାରେ ପ୍ରାୟ ୭୦ରୁ ୮୦ଜଣ ଯାତ୍ରୀ ନଦୀ ପାର ହେଉଥିଲେ । ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ତେବେ ଡ଼ଙ୍ଗା ବୁଡ଼ିବା ପରେ ଲୋକେ ଜୀବନ ବଂଚାଇବା ପାଇଁ ନଦୀ ପହଁରି ପହଁରି କୂଳକୁ ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ସେମାନଙ୍କ ମଧ୍ୟରୁ ଜଣେ ଏବେ ବି ଜଣେ ନିଖୋଜ ଥିବା ନେଇ ସୁଚନା ରହିଛି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଜଣେ ଯାତରୀ ନିଖୋଜ ଅଛନ୍ତି ।

ତେଜପୁର ବିହିୟା ଗାଁରୁ ପଂଚ ମିଲ୍କୁ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଡଙ୍ଗାଟି ଓଲଟି ପଡିବା ପରେ ସ୍ଥାନୀୟ ଲୋକେ ଓ ଏସଡିଆରଏଫ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଏହି ଡଙ୍ଗାରେ ଯାତ୍ରୀଙ୍କ ସହ ମୋଟର ସାଇକେଲ ମଧ୍ୟ ନିଆଯାଉଥିବା ସୂଚନା ମିଳିଛି । ଯାତ୍ରୀମାନେ ପଂଚମିଲ୍ରେ ଲାଗୁଥିବା ସାପ୍ତାହିକ ହାଟକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡିଯାଇଛି । ପ୍ରାଥମିକ ସୂଚନା ଅନୁସାରେ ଅତ୍ୟଧିକ ଓଜନ ହେବା ଫଳରେ ଡଙ୍ଗାଟି ଭାରସାମ୍ର ହରାଇ ଓଲଟି ପଡିଛି ।