ପୁରୁଣା ଭୁବନେଶ୍ୱରରେ ଥିବା ବିଏମସି ମେଡିକାଲରେ ଉତ୍ତେଜନା

102

କନକ ବ୍ୟୁରୋ : ଭୁବନେଶ୍ୱର ଓଲ୍ଡ ଟାଉନରେ ଥିବା ବିଏମସି ମେଡିକାଲରେ ଉତ୍ତେଜନା । ଏଏନଏମ୍ କର୍ମଚାରୀଙ୍କୁ ଚାକିିରିରୁ  ଛଟେଇକୁ ନେଇ ଉତ୍ତେଜନା ଦେଖାଦେଇଛି । ଏଏନଏମ୍ କର୍ମୀଙ୍କୁ ଛଟେଇ କରାଯାଇଥିବା କହିଥିଲେ ବିଏମସି ମେଡିକାଲ ଅଧିକାରୀ । ଏହା ପରେ ମେଡିକାଲରେ ଥିବା ଏଏନଏମ୍ କର୍ମୀମାନେ ପ୍ରତିବାଦ କରିଥିଲେ । ୧୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିବା ପରେ ଛଟେଇ କଲେ ସେମାନଙ୍କ ପରିବାର କିପରି ଚଳିବ ବୋଲି ପ୍ରଶ୍ନ କରିଥିଲେ ଏଏନଏମ୍ କର୍ମୀ । ପରିସ୍ଥିତି ଅଣାୟତ ହେବା ପରେ ଘଟଣାସ୍ଥଳରେ ଲିଙ୍ଗରାଜ ପୋଲିସ ପହଂଚି ବୁଝାସୁଝା କରିଥିଲା । ପରେ ମେଡିକାଲର ମୁଖ୍ୟ ଅଫିସର କାହାକୁ ଛଟେଇ କରାଯାଇନଥିବା କହିବା ପରେ ଆନ୍ଦୋଳନରୁ ଓହରିଛନ୍ତି ଏଏନଏମ୍ କର୍ମୀ ।