କରୋନା ଟିକା ନେଲେ ବିଏମସି କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀ : କ୍ୟାପିଟାଲ୍ ହସ୍ପିଟାଲରେ ନେଲେ କରୋନା ଟିକା

76

କନକ ବ୍ୟୁରୋ : କରୋନା ଟିକା ନେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକା ଗ୍ରହଣ କରିଛନ୍ତି । ଟିକା ନେବା ପରେ ଅଧଘଂଟା ଅବଜରଭେସନରେ ରହିବେ । କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖା ଯାଉଛି କି ନାହିଁ ତାହା ଜାଣିବା ପାଇଁ ହସ୍ପିଟାଲରେ ଅଧଘଂଟା ଅବଜର ଭେସନରେ ରହିବେ । ଏହା ପୂର୍ବରୁ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଟିକା ଗ୍ରହଣ କରିଥିଲେ ।

ସେପଟେ, ପହିଲାରୁ ବୟସ୍କ  ଓ ଜଟିଳ ବା କୋ-ମର୍ବିଡ୍‌ ଥିବା ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର କେ‌ଉଁ ତାରିଖରୁ ଆରମ୍ଭ ହେବ, ତାହା ରାଜ୍ୟ ସରକାର ସ୍ପଷ୍ଟ କରିନାହାନ୍ତି । ତେଣୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ସ୍ବାସ୍ଥ୍ୟ ଓ ୱେଲନେସ୍‌ କେନ୍ଦ୍ର ଓ ସବ୍-ସେଣ୍ଟରଗୁଡ଼ିକ ଏଥିପାଇଁ ପ୍ରସ୍ତୁତ କରିବା ଲାଗି କୁହାଯାଇଛି ।