ରାଜଧାନୀରେ ଘରେ କୁକୁର ରଖିବା ହେବନି ସହଜ । ବିଏମସି ଆଣୁଛି ପୋଷା କୁକୁରଙ୍କ ପାଇଁ ବଡ଼ କଟକଣା ।

161

କନକ ବ୍ୟୁରୋ: ପୋଷା କୁକୁର କାମୁଡାକୁ ନେଇ ଗତ କିଛି ଦିନ ହେଲା ଭୁବନେଶ୍ୱର ବଡ ଚର୍ଚ୍ଚାରେ ରହିଛି । ଏବେ ରାଜଧାନୀରେ କୁକୁରଙ୍କୁ ଘରେ ରଖିବା ପାଇଁ ବିଏମସିର ଗାଇଡଲାଇନ ମାନିବାକୁ ପଡିବ । ବିଏମସିରେ ପଞ୍ଜୀକରଣ କରିବାକୁ ହେବ । ଅନଲାଇନ ଆବଦନ ପରେ ମାଲିକଙ୍କୁ ୫ ଶହ ଟଙ୍କା ଦେଇ ପଞ୍ଜୀକରଣ କରାଯିବ । ପରେ ବିଏମସି ପକ୍ଷରୁ ଏକ ଟ୍ୟାଗ ମିଳିବ । ମାଲିକଙ୍କ ନାଁ ସହ ତଥ୍ୟ ରହିବ ।

  • କୁକୁର ରଖିବା ହେବନି ସହଜ
  • ବିଏମସି ଲଗାଇଲା କଟକଣା

ଆପଣ ଘରେ ପୋଷା କୁକୁର ରଖିବାକୁ ଚାହୁଁଛନ୍ତି କି, ତେବେ କୁକୁରଙ୍କୁ ଘରେ ରଖିବା ପାଇଁ ଆପଣଙ୍କୁ ବିଏମସିର ନିର୍ଦ୍ଧିଷ୍ଟ ଗାଇଡଲାଇନ ମାନିବାକୁ ପଡିବ । ମଙ୍ଗଳବାର ବିଏମସି ପରିସରରେ ଅନୁଷ୍ଠିତ ଏକ ବୈଠକରେ ଏହି ଡ୍ରାଫ୍ଟ ଏସଓପି ଉପରେ ଆଲୋଚନା ହୋଇଛି ।

ପୋଷା କୁକୁର ରଖିବାକୁ ହେଲେ କରିବେ କ’ଣ?

  • ବିଏମସିରେ ପଞ୍ଜୀକରଣ ପାଇଁ ଅନଲାଇନ୍ ଆବେଦନ
  • ମାଲିକଙ୍କୁ ୫୦୦ ଟଙ୍କା ଦେଇ ପଞ୍ଜୀକରଣ କରିବେ
  • ପରେ ବିଏମସି ତରଫରୁ ଏକ ଟ୍ୟାଗ୍ ମିଳିବ
  • ଏଥିରେ ମାଲିକ ନାଁ ସହ ତଥ୍ୟ ରହିବ
  • ଜଣେ ସର୍ବାଧିକ ଦୁଇଟି କୁକୁର ରଖିପାରିବେ
  • ବାହାରକୁ ନେଲେ ଚେନ୍ରେ ବାନ୍ଧିବା ବାଧ୍ୟତାମୂଳକ
  • ପାର୍କ, ରେସ୍ତୋରାଂ, ଜିମ୍ ଓ ମଲକୁ ନେଇହେବ ନାହିଁ
  • କୁକୁର ପାଇଁ ଭ୍ୟାକ୍ସିନ ବାଧ୍ୟତାମୂଳକ
  • କୁକୁର ପାଇଁ ପଡୋଶୀ ଯେପରି ଅସୁବିଧାରେ ନପଡନ୍ତି
  • କୁକୁର ବେକରେ ଲାଗିପାରେ ଚିପ୍
  • ପୋଷା କୁକୁରଙ୍କ ବେକରେ ମାଲିକଙ୍କ ନାଁ ଝୁଲିବ
  • କୁକୁର ଆକ୍ରମଣ କଲେ ମାଲିକ ତଣ୍ଡ ଗଣିବେ

ପୋଷା କୁକୁର କାମୁଡାକୁ ନେଇ ଗତ କିଛି ଦିନ ହେଲା ଭୁବନେଶ୍ୱର ବଡ ଚର୍ଚ୍ଚାରେ ରହିଛି । ଇନଫୋସିଟି ଥାନା ଅଧୀନ ତପସ୍ୱିନୀ କୋଲୋନିରେ ଜଣେ ୮ ବର୍ଷର ପୁଅକୁ ଅନ୍ୟ ଜଣଙ୍କର ପୋଷା କୁକୁର କାମୁଡି ଦେଇଥିଲ । ଯେଉଁଥିରେ ପିଲାଟି ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । କଥା ଏତେ ବଢିଯାଇଥିଲା ଯେ ଥାନାରେ ମାମଲା ସାଙ୍ଗକୁ କଥା କୋର୍ଟରେ ପହଁଚିଥିଲା । ଏହି ବିବାଦ ଓ ଗାଇଡଲାଇନ ମଧ୍ୟରେ ଲୋକଙ୍କର ମଧ୍ୟ ଆଉ କିଛି ଦାବି ରହିଛି ଯେ କୁକୁରଙ୍କ ପାଇଁ ସ୍ୱତନ୍ତ୍ର ମଶାଣି କରାଯାଉ ଓ କୁକୁର ବୁଲିବା ପାଇଁ ପାର୍କର ମଧ୍ୟ ବ୍ୟବସ୍ଥା କରାଯାଉ ।