କ୍ୟାନସରରୁ ହେଉଥିବା ମୃତ୍ୟୁ ହାର କମିବ : ମାତ୍ର ୧୦ ମିନିଟରେ ଏହି ଟେଷ୍ଟରୁ ଜଣାପଡିଯିବ କ୍ୟାନସର ଅଛି ନା ନାହିଁ ।

ଏହି ଗବେଷଣାକୁ ଚିକିତ୍ସା ବିଜ୍ଞାନ ଦୁନିଆରେ ଚମତ୍କାର କୁହାଯାଉଛି ।

1,120

ବୈଜ୍ଞାନିକ ଏକ ନୂଆ ଗବେଷଣା କରିଛନ୍ତି , ଯେଉଁଥିରେ ଏକ ଟେଷ୍ଟରୁ ୧୦ ମିନିଟରେ କ୍ୟାନସରର ଜଣାପଡିବ । କୁହାଯାଉଛି କି, ଏହି ରକ୍ତ ପରୀକ୍ଷା ଶରୀରରେ ଯେକୌଣସି ସ୍ଥାନରେ ଓ ଯେକୌଣସି ପ୍ରକାରର କ୍ୟାନସରକୁ ଧରିପାରିବ । ଅଷ୍ଟ୍ରେଲିଆର ୟୁନିଭର୍ସିଟି ଅଫ୍ କ୍ୱିନ୍ସଲ୍ୟାଣ୍ଡରେ ଚାଲୁଥିବା ଏହି ଗବେଷଣାକୁ ଚିକିତ୍ସା ବିଜ୍ଞାନ ଦୁନିଆରେ ଚମତ୍କାର କୁହାଯାଉଛି । ଯେଉଁଠି ରୋଗ ବିଳମ୍ବରେ ଜଣାପଡୁଥିବାରୁ ପ୍ରତି ବର୍ଷ ଭିନ୍ନ ଭିନ୍ନ କ୍ୟାନସରରେ ଲକ୍ଷ ଲକ୍ଷ ଜୀବନ ଚାଲିଯାଏ । ଏବେ ଗବେଷଣା ଚାଲିଛି । କିନ୍ତୁ ଆଶା କରାଯାଉଛି ଯେ, ଏହି ଟେଷ୍ଟ କିଟ୍ ଅତି ଶୀଘ୍ର ମାର୍କେଟକୁ ଆସିବ ।

କ୍ୟାନସରର ପରୀକ୍ଷା ଦୀର୍ଘ ସମୟ ନିଏ ଏବଂ ଖର୍ଚ୍ଚ ମଧ୍ୟ ଅଧିକ ହୁଏ । ଏହା ସହିତ ଅନେକ ଥର ପ୍ରାରମ୍ଭିକ ଅବସ୍ଥାରେ ସଠିକ୍ ଯାଂଚ ନ ଆସିବାର ବିପଦ ମଧ୍ୟ ରହିଥାଏ । ଏହା ଏକ ନୂଆ ପ୍ରକାରର ରକ୍ତ ପରୀକ୍ଷା, ଯେଉଁଥିରେ ଏକ ବିଶେଷ ଦ୍ରବ୍ୟରେ ରକ୍ତର କିଛି ବୁନ୍ଦା ପକାଯାଏ । ରକ୍ତରେ ଥିବା ଡିଏନଏ ଯଦି ସ୍ୱସ୍ଥ ଥିବ ତାହେଲେ ସେହି ଦ୍ରବ୍ୟ ଭିନ୍ନ ପ୍ରତିକ୍ରିୟା କରେ ଓ ତା’ର ରଙ୍ଗ ନୀଳ ହୋଇଯାଏ । ସେଠି ଯଦି କ୍ୟାନସର ଥିବ ତେବେ ତାହାର ରଙ୍ଗ ବଦଳେ ନାହିଁ । ଏହି ଟେଷ୍ଟ ଅନ୍ୟ ପ୍ରକାରର ପରୀକ୍ଷା ଠାରୁ ଶସ୍ତା ଓ ପାଖାପାଖି ୯୦ ପ୍ରତିଶତ ମାମଲାରେ ପୁରା ସଠିକ୍ ପରିଣାମ ଦିଏ ।