ପୁଣି ଶ୍ରୀମନ୍ଦିର ଭିତରେ ପଡିଲା ରକ୍ତର ଛିଟା: ମନ୍ଦିର ଭିତରକାଠରେ କେଉଁଠୁ ଓ କିପରି ଆସିଲା ରକ୍ତ ତାହା ଏବେବି ଅସ୍ପଷ୍ଟ

20

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତର କାଠରେ ରକ୍ତଛିଟା ଯୋଗୁ ଗତକାଲି ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। ଏ ନେଇ ଗତକାଲି ନୀତି ବିଳମ୍ବ ହେବାରୁ ଭକ୍ତମାନେ ରାତିରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୯ଟା ୧୦ରେ ଅର୍ଥାତ୍ ସକାଳ ଧୂପ ପରେ ଶ୍ରୀମନ୍ଦିର ଭିତର କାଠରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକ ଏହା ଦେଖିବା ପରେ ନୀତି ବନ୍ଦ ରଖାଯିବା ସହ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା। ଭିତର କାଠ, ଗର୍ଭଗୃହ ପାଣିପଡ଼ି ଶୋଧ କରାଯାଇଥିଲା। ମହାପ୍ରଭୁଙ୍କ ଏହି ମହାସ୍ନାନ ଯୋଗୁ ଗତକାଲିଠାରୁ ଆରମ୍ଭ ହୋଇଥିବା କାର୍ତିକ ନୀତି ବିଳମ୍ବିତ ହୋଇଛି।

ରାତି ପ୍ରାୟ ସାଢ଼େ ୧୦ଟାରେ ମହାସ୍ନାନ ଶେଷ ପରେ ନୀତି ସ୍ବାଭାବିକ ହୋଇଥିଲା। ଏଥି ପାଇଁ ଭକ୍ତମାନେ ପ୍ରାୟ ଦେଢ଼ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ତେବେ ଭିତର କାଠରେ କେଉଁଠୁ, କିପରି ରକ୍ତ ଆସିଲା ତାହା ସ୍ପଷ୍ଟ ହୋଇନାହିଁ। ଶୁଣିବାକୁ ମିଳିଛି କେହି ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବା ସମୟରେ କାଚରେ ଗୋଡ଼ କଟି ଭିତର କାଠରେ ରକ୍ତ ଛିଟା ପଡ଼ିଥିଲା। ଏହା ଦେଖିବା ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.