ରକ୍ତ ଦେଇ ଜୀବନର ଜୟଗାନ କଲେ ଯବାନ: କେତେ ଯେ ମୂଲ୍ୟବାନ୍ ଜୀବନ ତାହା ପ୍ରମାଣିତ କରିବା ସହ ୨୩୮ ୟୁନିଟ୍ ରକ୍ତଦାନ କରି ସୃଷ୍ଟି କଲେ ବିରଳ ରେକର୍ଡ

27

କନକ ବ୍ୟୁରୋ: ଦେଶସେବା ପାଇଁ ଜୀବନକୁ ବାଜି ଲଗାଇ ଦେଉଥିବା ଯବାନ ରକ୍ତଦାନ ଭଳି ମହାନ୍ କାର୍ଯ୍ୟରେ  ଯୋଗଦେଇ ଦେଶସେବାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଜୀବନ ଯେ କେତେ ମୂଲ୍ୟବାନ୍ ତାହା ପ୍ରମାଣିତ କରିବା ସହ ୨୩୮ ୟୁନିଟ୍ ରକ୍ତଦେଇ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଶହ ଶହ ଯବାନ ଏଭଳି ମହତ୍ କାର୍ଯ୍ୟରେ ସାମିଲ ହୋଇ ଜୀବନର ଜୟଗାନ କରିଛନ୍ତି।

କୋରାପୁଟ ଏସଓଜି ତାଲିମ କେନ୍ଦ୍ର ଠାରେ ଗତକାଲି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଥିଲା। ଏସଓଜି ଏଇଟି ଆଣ୍ଡ ଆରସି ଓ ‘ଆମ ଓଡ଼ିଶା’ର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରୁ ୨୩୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏସଓଜି କମାଣ୍ଡାଣ୍ଟ ଆଶିଷ କୁମାର ନିଜେ ରକ୍ତଦାନ କରି ଶିବିରକୁ ଉଦଘାଟନ କରିଥିଲେ। ପରେ ଯବାନଙ୍କ ଲମ୍ବା ଲାଇନ ଲାଗିଥିଲା।

ଏସଓଜି ଓ ବିଏସଏଫର ବରିଷ୍ଠ ଅଧିକାରୀ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କେତେବେଳେ ମାଓବାଦୀ ତ’ କେତେବେଳେ ଆତଙ୍କବାଦୀଙ୍କ ସହ ମୁକାବିଲା କରୁଥିବା ଏହି ବୀର ଯବାନମାନେ ରକ୍ତଦାନ କରି ଆମକୁ ଜୀବନ ସହ ଲଢିବାରୁ ମୁକ୍ତି ଦେଇଛନ୍ତି। ଯବାନଙ୍କ ଏଭଳି କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏସଓଜି କମାଣ୍ଡାଣ୍ଟ ଆଶିଷ କୁମାର ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ରକ୍ତ ଆଉ ଜଣଙ୍କ ଜୀବନ ଦେଇପାରିବ ବୋଲି କହିଥିଲେ।