ଆଫଗାନିସ୍ତାନରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ । ବୋମା ବିସ୍ଫୋରଣରେ ଚାଲିଗଲା ୧୦ ଜଣଙ୍କ ଜୀବନ ।

249

କନକ ବ୍ୟୁରୋ : ଆଫଗାନିସ୍ତାନରେ ଆଜି ଆଉ ଏକ ବଡ଼ ଧରଣର ଆତ୍ମଘାତି ଆତଙ୍କବାଦୀ ଆକ୍ରମଣ ହୋଇଛି । ପୂର୍ବ ଆଫଗାନିସ୍ତାନର ଜଲାଲାବାଦ ସହରରେ ନବନିଯୁକ୍ତ ସେନା ଯବାନମାନଙ୍କୁ ନେଇ ଯାଉଥିବା ଏକ ବସକୁ ଟାର୍ଗେଟ କରି ହୋଇଥିବା ଆତ୍ମଘାତି ବୋମା ବିସ୍ଫୋରଣରେ ପ୍ରାୟ ୧୦ ଜଣ ବ୍ୟକ୍ତି ନିହତ ହୋଇଛନ୍ତି ଓ ୨୭ ଜଣ ଆହତ ହୋଇଛନ୍ତି ।

ଏହି ଘଟଣାରେ ସେନା ଯବାନମାନେ ନିହତ ହୋଇନଥିଲେ ମଧ୍ୟ କେତେକ ଗୁରୁତରଭାବେ ଆହତ ହୋଇଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଯେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ୧୦ ଜଣ ଯାକ ହେଉଛନ୍ତି ସାଧାରଣ ଲୋକ । ସେମାନଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛି । ଏହି ଖବରକୁ ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରାଳୟର ମୁଖପାତ୍ର ନସରତ ରାହିମି ସ୍ୱୀକାର କରିଛନ୍ତି । ଏହି ଘଟଣା ପାଇଁ କୌଣସି ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନଥିଲେ ମଧ୍ୟ ଏହା ତାଲିବାନ କିମ୍ବା ଇସ୍ଲାମିକ ଷ୍ଟେଟର କାଣ୍ଡ ବୋଲି କୁହାଯାଉଛି ।