କନକ ବ୍ୟୁରୋ : ଆପଣ ଚୁଲିରେ ରୋଷେଇ କରୁଛନ୍ତି କି ? କାଠ କିମ୍ବା ଗୋବର ଘଷି ଜଳାଉଛନ୍ତି କି ? ଯଦି ଆପଣ ଏଭଳି କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣଙ୍କର ଏଭଳି ଅଭ୍ୟାସ ଯୋଗୁଁ ଆପଣଙ୍କର ଅକାଳରେ ମୃତ୍ୟୁ ହୋଇପାରେ । ଏଭଳି ଏକ ସାଂଘାତିକ ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ବିଶେଷ କରି ମହିଳା ଆଉ ୫ ବର୍ଷର କମ୍ ଶିଶୁଙ୍କର ଅକାଳରେ ମୃତ୍ୟୁ ହେବାର ଅଧିକ ସମ୍ଭାବନା ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ।
ହୁ’ର ରିପୋର୍ଟ ଅନୁଯାୟୀ, ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଲୋକ ପ୍ରଦୂଷଣକାରୀ ଇନ୍ଧନ ଉପରେ ନିର୍ଭର କରନ୍ତି । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଘରୋଇ ବାୟୁ ପ୍ରଦୂଷଣ ଯୋଗୁଁ, ପ୍ରତିବର୍ଷ ପ୍ରାୟ ୩.୨ ନିୟୁତ ଲୋକଙ୍କର ଅକାଳରେ ମୃତ୍ୟୁ ଘଟିଥାଏ । ଲାନସେଟର ତଥ୍ୟ ଅନୁଯାୟୀ, ୨୦୧୯ରେ ଭାରତରେ ପ୍ରଦୂଷଣ ଯୋଗୁଁ ପାଖାପାଖି ୨୪ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଯାହା ବିଶ୍ୱରେ ସବୁଠାରୁ ଅଧିକ । ଘରର ବାୟୁ ପ୍ରଦୂଷଣ ଦ୍ୱାରା ଷ୍ଟ୍ରୋକ୍ସ, ଇସକେମିକ୍ ହୃଦରୋଗ, କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ ଏବଂ ଫୁସଫୁସ କର୍କଟ ଭଳି ଅଣସଂରକ୍ଷିତ ରୋଗ ହୋଇଥାଏ ।
ବାୟୁ ପ୍ରଦୂଷଣରୁ ଅକାଳ ମୃତ୍ୟୁ
- ବାୟୁ ପ୍ରଦୂଷଣରୁ ପ୍ରତିବର୍ଷ ବିଶ୍ୱରେ ୩୨ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ହେଉଛି
- ଭାରତରେ ୨୦୧୯ରେ ୨୩ ଲକ୍ଷ ୫୦ ହଜାର ଲୋକଙ୍କ ପ୍ରଦୂଷଣରେ ମୃତ୍ୟୁ
- ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ୧୬ ଲକ୍ଷ ୭୦ ହଜାର ଲୋକ ପ୍ରାଣ ହରାଇଛନ୍ତି
- ସେମାନଙ୍କ ମଧ୍ୟରୁ ପିଏମ୍-୨.୫ ପ୍ରଦୂଷଣ ଯୋଗୁଁ ୯ ଲକ୍ଷ ୮୦ ହଜାରଙ୍କ ମୃତ୍ୟୁ
- କେବଳ ଘରୋଇ ବାୟୁ ପ୍ରଦୂଷଣରୁ ପ୍ରାଣ ହରାଇଛନ୍ତି ୬ ଲକ୍ଷ ୧୦ ହଜାର ଲୋକ
କାଳ ପାଲଟୁଛି କଳାଧୂଆଁ
- କଳା ଅଙ୍ଗାରକାମ୍ଳର ସର୍ବବୃହତ ଉତ୍ସ ଘରୋଇ ବାୟୁ ପ୍ରଦୂଷଣ
- ଯାହା ବିଶ୍ୱରେ ପ୍ରାୟ ଅଧା ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଦାୟୀ
- ଘରୁ ହେଉଥିବା ବାୟୁ ପ୍ରଦୂଷଣ ଷ୍ଟ୍ରୋକର କାରଣ ପାଲଟିପାରେ
- ଇସକେମିକ୍ ହୃଦରୋଗ ଓ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ ଫୁସଫୁସ୍ ରୋଗ କରାଏ
- ଚୁଲିରୁ ବାହାରୁଥିବା କଳା ଧୂଆଁ ଫଳରେ ଫୁସଫୁସ୍ କର୍କଟ ଭଳି ରୋଗ ହୁଏ
- ରୋଷେଇ କରୁଥିବା ମହିଳା ଓ ପାଖରେ ଥିବା ୫ ବର୍ଷରୁ କମ୍ ପିଲାଙ୍କୁ ବିପଦ
ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସ୍ୱଚ୍ଛ ଇନ୍ଧନ ଜରୁରୀ
- ଘରୋଇ ପ୍ରଦୂଷଣକୁ ରୋକିପାରିଲେ କମିବ ପ୍ରଦୂଷଣ ଜନିତ ମୃତ୍ୟୁ
- ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସ୍ୱଚ୍ଛ ଇନ୍ଧନ ଓ ଜ୍ଞାନକୌଶଳର ବ୍ୟବହାର ଜରୁରୀ
- ଓଡିଶାରେ ୭୯ ପ୍ରତିଶତ ଘରେ ଏଲପିଜି ଗ୍ୟାସ ସଂଯୋଗ ରହିଛି
- ମାତ୍ର ୪୭ ପ୍ରତିଶତ ଘରେ ଏଲପିଜି ବ୍ୟବହାର କରି ରୋଷେଇ ହେଉଛି
- ୭୩ ପ୍ରତିଶତ ଘରେ ଏଲପିଜି ସହ କଠିନ ଇନ୍ଧନ ବ୍ୟବହାର କରାଯାଉଛି
- କାଠ, ଗୋବର ଘସି କିମ୍ବା କୃଷିଜାତ ଅବଶେଷକୁ ଜାଳି ରୋଷେଇ ହେଉଛି
- ସବ୍ସିଡି ବନ୍ଦ ହେବା ସହ ଏଲପିଜି ସିଲିଣ୍ଡରର ଚଢାଦର ଏହାର ପ୍ରମୁଖ କାରଣ
- ଗୋଟିଏ ପଟେ ଏଲପିଜି ମିଳୁନି ଅନ୍ୟପଟେ ସହଜରେ ଅନ୍ୟ ଜାଳେଣି ମିଳୁଛି
- କାଠଚୁଲା ଜାଳି ଘରୋଇ ପ୍ରଦୂଷଣର ଶିକାର ହେଉଛନ୍ତି ମହିଳା ଓ ପିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/4-10.jpg)