ମିଳୁନି ତେଲ : ପେଟ୍ରୋଲ ପମ୍ପ ବାହାରେ କଳାବଜାରୀ; ୧୩୦ରୁ ୧୫୦ଟଙ୍କାରେ ହେଉଛି ବିକ୍ରି

84

କନକ ବ୍ୟୁରୋ : ଆନ୍ଦୋଳନ ଯୋଗୁଁ ମିଳୁନି ପେଟ୍ରୋଲ । ଭୁବନେଶ୍ୱରରେ ଅଧିକାଂଶ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନାହିଁ । ଗୋଟିଏ ପେଟ୍ରୋଲ ପମ୍ପରୁ ଆଉ ଗୋଟିଏ ପେଟ୍ରୋଲ ପମ୍ପକୁ ଗଲାବେଳେ ସେଠି ମଧ୍ୟ ଗ୍ରାହକ ନିରାଶ ହେଉଛନ୍ତି । ଆଉ ଏହାର ସୁଯୋଗ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି କଳାବଜାରୀ ।

ପେଟ୍ରୋଲ ପମ୍ପ ବାହାରେ ଚୋରାରେ ପେଟ୍ରୋଲ ବିକ୍ରି କରୁଛନ୍ତି କିଛି ଲୋକ । ପେଟ୍ରୋଲ ପମ୍ପ ନିକଟରେ କଳାବଜାରରେ ୧୩୦ରୁ ୧୫୦ ଟଙ୍କାରେ ତେଲ ବିକ୍ରି କରାଯାଉଛି । ଆଉ ତେଲ ମିଳୁନଥିବା ବେଳେ ଲୋକ ମାନେ ମଧ୍ୟ ବାଧ୍ୟ ହୋଇ ଅଧିକ ଦରରେ ତେଲ କିଣୁଛନ୍ତି ।