କନକ ବ୍ୟୁରୋ : ଆଠଗଡ଼ରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କୁ କଳାପତାକା ପ୍ରଦର୍ଶନ । ବ୍ୟାପକ ପୋଲିସ ବନ୍ଦୋବସ୍ତ ସତ୍ୱେ ଚାନ୍ଦବାଲି ଛକରେ କଂଗ୍ରେସ କର୍ମୀମାନେ ୨ ମନ୍ତ୍ରୀଙ୍କୁ କଳାପତାକା ଦେଖାଇବା ସହିତ ନାରାବାଜି କରିଛନ୍ତି । ଘଟଣାକୁ ନେଇ ତ୍ରୀବ ଉତେଜନା ସୃଷ୍ଟି ହୋଇଛି । ପୁଲିସ ଉପସ୍ଥିତିରେ ବିଜେଡି କର୍ମୀମାନେ କଳାପତାକା ପ୍ରଦର୍ଶନକାରୀଙ୍କୁ ଆକ୍ରମଣ କରିଛନ୍ତି ।
ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଠେଲା ପେଲା ହୋଇଥିଲା । ଘଟଣାରେ କଂଗ୍ରେସ କାଉନସିଲର ମନୋରଞ୍ଜନ ପଟ୍ଟନାୟକ ଆହତ ହୋଇଥିବା ସୂଚନା ରହିଛି । ଆଠଗଡ଼ ବସଷ୍ଟାଣ୍ଡର ଉଦଘାଟନ ଉତ୍ସବରେ ଯୋଗ ଦେବା ପାଇଁ ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀ ଓ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆସିଥିଲେ । ଏହି ସମୟରେ ଚାନ୍ଦବାଲି ଛକଠାରେ କଂଗ୍ରେସ କର୍ମୀମାନେ ୨ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ । ସେପଟେ ନିଜ ଅଂଚଳରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ।
ମହାକାଳପଡ଼ା ତନ୍ତିଆପାଳଠାରେ ସେତୁ ଉଦଘାଟନ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଯାଇଥିବା ବେଳେ ମନ୍ତ୍ରୀଙ୍କୁ ଘେରିଥିଲେ ମହିଳା । ଜମ୍ବୁ ଗାଁର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତଦନ୍ତରେ ନିଷ୍କ୍ରିୟତା ଅଭିଯୋଗ ଆଣି ମହିଳାମାନେ ମନ୍ତ୍ରୀଙ୍କ କାରକୁ ଅଟକାଇଛନ୍ତି । ପୁଲିସ ବିରୋଧରେ ନାରାବାଜି କରିଛନ୍ତି । ଏଭଳି ସ୍ଥିତିରେ ମନ୍ତ୍ରୀ କାରରୁ ଓହ୍ଲାଇ ବାଇକରେ ଉଦଘାଟନୀ କାର୍ଯ୍ୟକମ୍ରକୁ ଯିବା ପାଇଁ ବାଧ୍ୟ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/vlcsnap-2022-10-28-13h04m56s549.png)