ଏମାର ମଠରୁ ସିଂହ ମୂର୍ତ୍ତି ମିଳିବା ଘଟଣା : କମ୍ପିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର; ଖନନ ପୂର୍ବରୁ କାହିଁକି ଜିପିଆରଏସ କରାଯାଇ ନାହିଁ ବୋଲି ସରକାରଙ୍କୁ କଲେ ପ୍ରଶ୍ନ

115

କନକ ବ୍ୟୁରୋ : ପୁରୀ ଏମାର ମଠ ପରିସରରେ ସିଂହ ମୂର୍ତ୍ତି ମିଳିବା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ସମ୍ବିତ ପାତ୍ର କହିଛନ୍ତି, ଖନନ ପୂର୍ବରୁ ଜିପିଆରଏସ୍ କରାଯାଇନାହିଁ । କ’ଣ କ୍ଷତି ହେବ ପ୍ରକଳ୍ପ କରିବା ପୂର୍ବରୁ ଗବେଷଣା କରିନଥିଲେ ରାଜ୍ୟ ସରକାର । ମାଟି ତଳେ ଅନେକ ଭଗ୍ନାବଶେଷ ଲୁଚି ରହିଛି ।

ଉଦବେଗ ପ୍ରକାଶ କରି ସମ୍ବିତ ପାତ୍ର କହିଛନ୍ତି, ଭଗ୍ନମୂର୍ତ୍ତିକୁ ସଂରକ୍ଷଣ ନକଲେ ଆସନ୍ତା ପିଢି କ୍ଷମା ଦେବେ ନାହିଁ । ରାଜ୍ୟ ସରକାର କଳାପାହାଡିଆ ଓ ଜିଦଖୋର ମାନସିକତା ଦେଖାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସମ୍ବିତ ପାତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପୂର୍ବରୁ ଅନେକ ଥର ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

ଏମାର ମଠ ଖନନ ସ୍ଥଳରୁ ସିଂହ ମୂର୍ତ୍ତି ବାହାରିବା ଘଟଣା ପରେ ଖନନସ୍ଥଳରେ ଯାଞ୍ଚ କରିଥିଲା ଏଏସଆଇ ଟିମ । ଖନନସ୍ଥଳରୁ ମିଳିଥିବା ସିଂହ ମୂର୍ତ୍ତିଟି ଗଙ୍ଗବଂଶ ରାଜତ୍ୱ ସମୟର ବୋଲି ଅନୁମାନ କରାଯାଉଥିବା ଟିମ କହିଥିଲା ।