ବିଜେପିର ହଲ୍ଳାବୋଲ, ପୋଲିସ ବିରୋଧରେ ସବୁ ଥାନାରେ ଏତଲା

90

କନକ ବ୍ୟୁରୋ: ବିଜେପି ଯୁବ ମୋର୍ଚ୍ଚାର ଆନ୍ଦୋଳନବେଳେ, ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିଛି ବିଜେପି । ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ବିରୋଧରେ ଯୋଜନାବଦ୍ଧ ଆକ୍ରମଣ କରାଯାଇଥିବା ଓ ବେଆଇନ ଭାବେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା, ଅଭିଯୋଗ ଆଣି ପୋଲିସ ଡିଜି, ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ବିରୋଧରେ ଥାନାରେ ଏତଲା ଦେଇଛି ଦଳ । ଭୁବନେଶ୍ୱର, କଟକ, ସାଲେପୁର, ସୋନପୁର, ବାଙ୍କି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରିବା ସହ ଏତଲା ଦେଇଛି ବିଜେପି ।

ଆସନ୍ତାକାଲି କଲି ରାଜ୍ୟର ସମସ୍ତ ଏସପି ଅଫିସ ଆଗରେ ବିଜେପି ଯୁବମୋର୍ଚ୍ଚା କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଆଉ ଯଦି ଏଫଆଇଆର ଥାନାରେ ଗ୍ରହଣ କରାନଯାଏ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛି ଭାରତୀୟ ଜନତା ପାର୍ଟି । ଏସବୁ ଭିତରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ଚୂଡାନ୍ତ ଲଢ଼େଇ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ଲୋୟର ପିଏମଜିରେ ଖଣ୍ଡଯୁଦ୍ଧ ପରେ ୨୨ ଜଣ ଯୁବ ମୋର୍ଚ୍ଚା କର୍ମୀ ଜେଲରେ ଅଛନ୍ତିି । ଅନ୍ୟପଟେ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ମାଡ ମାରିଥିବା ପୋଲିସଙ୍କ ବିରୋଧରେ ଦିଆଯାଇଥିବା ଏତଲାକୁ ପୋଲିସ ଗ୍ରହଣ କରିନଥିବା ଅଭିଯୋଗ କରି ଆସୁଛି ଭାରତୀୟ ଜନତା ପାର୍ଟି । ଯାହାକୁ ନେଇ ବଢ଼ିବାରେ ଲାଗିଛି ବିବାଦ ।