ରାଜ୍ୟସଭାରେ ବିଜେପିର ସଂସଦୀୟ ଦଳ ନେତା ହେଲେ ପୀୟୁଷ ଗୋୟଲ । ଥାୱରଚନ୍ଦ ଗେହଲଟଙ୍କ ସ୍ଥାନ ନେଲେ ପୀୟୁଷ ।

142

କନକ ବ୍ୟୁରୋ: ରାଜ୍ୟସଭାରେ ବିଜେପିର ସଂସଦୀୟ ଦଳ ନେତା ହେଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ । ଥାୱରଚନ୍ଦ ଗେହଲଟଙ୍କ ବଦଳରେ ବିଜେପି ତାଙ୍କୁ ରାଜ୍ୟସଭାରେ ନିଜର ନେତା ବାଛିଛି । କିଛି ଦିନ ତଳେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ପରିବର୍ତ୍ତନ ହୋଇଥିଲେ । ଯେଉଁଥିରେ ରାଜ୍ୟସଭାରେ ବିଜେପିର ନେତା ଥିବା ଥାୱରଚନ୍ଦ ଗେହଲଟଙ୍କୁ କର୍ଣ୍ଣାଟକର ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଥିଲା । ଆଉ ଏହାପରେ ପୀୟୁଷ ଗୋୟଲଙ୍କୁ ଦଳ ନୂଆ କରି ରାଜ୍ୟସଭାରେ ଏହି ଦାୟିତ୍ୱ ଦେଇଛି ।

ପୀୟୁଷ ଗୋୟଲ ବିଜେପିର ଜଣେ ଆଗଧାଡିର ନେତା ଭାବେ ବେଶ ପରିଚିତ । ସେ କେନ୍ଦ୍ର ସରକାରରେ ମନ୍ତ୍ରୀ ମଧ୍ୟ ଅଛନ୍ତି । ତା ସହିତ ୨୦୧୦ ମସିହାରୁ ସେ ରାଜ୍ୟସଭାର ସଦସ୍ୟ ଥିବା ହେତୁ ଦଳ ତାଙ୍କର ଏହି ଅଭିଜ୍ଞତାକୁ ଦେଖି ତାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛି । ଅନ୍ୟପଟେ ଆସନ୍ତା ଜୁଲାଇ ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରୁ ପୀୟୁଷ ରାଜ୍ୟସଭାରେ ବିଜେପିର ନେତା ଭାବେ କାର୍ଯ୍ୟ କରିବେ ।