ଦିଲ୍ଲୀରେ ସରିଲା ବିଜେପି ପଦାଧୀକାରୀଙ୍କ ଦୁଇ ଦିନିଆ ବୈଠକ । ୫୦ ପ୍ରତିଶତ ଭୋଟ ସଂଗ୍ରହ ପାଇଁ କର୍ମୀଙ୍କୁ ମୋଦୀଙ୍କ ଆହ୍ୱାନ

ଦିଲ୍ଲୀରେ ସରିଲା ବିଜେପି ପଦାଧୀକାରୀଙ୍କ ଦୁଇ ଦିନିଆ ବୈଠକ । ୫୦ ପ୍ରତିଶତ ଭୋଟ ସଂଗ୍ରହ ପାଇଁ କର୍ମୀଙ୍କୁ ମୋଦୀଙ୍କ ଆହ୍ୱାନ

କନକ ବ୍ୟୁରୋ : ଦିଲ୍ଲୀରେ ବସିଥିବା ବିଜେପିର ପଦାଧିକାରୀ ବୈଠକ ଶେଷ ହୋଇଛି । ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବା ବେଳେ ବୈଠକ କରୁଛି ଦଳ । ନୂଆଦିଲ୍ଲୀରେ ୨ ଦିନିଆ ରୁଦ୍ଧଦ୍ୱାର ବୈଠକରେ କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବୈଠକରେ ଦଳ ପାଇଁ ୫୦ ପ୍ରତିଶତ ଭୋଟ ସଂଗ୍ରହ ଲକ୍ଷ୍ୟ ରଖିବାକୁ ଦଳୀୟ କର୍ମର୍ୀ, ନେତା ଓ ମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାମାଜିକ ଗଣମାଧ୍ୟମରେ ବିରୋଧୀଙ୍କ ନକରାତ୍ମକ ସମାଲୋଚନାର ଜବାବ ସକରାତ୍ମକ ଭାବେ ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତାକୁ ଲୋକଙ୍କ ନିକଟରେ ପହଂଚାଇବା, ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରାର ବ୍ୟାପକ ସଫଳତା ନେଇ ବୈଠକରେ ଆଲୋଚନା କରାଯାଇଛି । ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ବୈଠକର ଆୟୋଜନ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe