‘ବିହାର’ ବିଜୟ ପରେ ବିଜେପିର ବିଜୟ ଉତ୍ସବ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଧୁମଧାମରେ ଚାଲିଛି ସେଲିବ୍ରେସନ । ସାମିଲ ଅଛନ୍ତି ତୁଙ୍ଗ ନେତା ।

354

କନକ ବ୍ୟୁରୋ: ବିହାର ବିଜୟ ପରେ ବିଜେପିର ବିଜୟ ଉତ୍ସବ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଏହି ବିଜୟ ଉତ୍ସବ ମନାଇଛି ଦଳ । ହଜାର ହଜାର ସଂଖ୍ୟାରେ କର୍ମୀ ଓ ଦଳର ତୁଙ୍ଗ ନେତା ବିଜୟ ଉତ୍ସବରେ ସାମିଲ ହୋଇଛନ୍ତି । ବିହାରରେ ବିଜେପି ଭଲ ପ୍ରଦର୍ଶ କରିବା ପରେ ଦଳ ଏହି ଉତ୍ସବର ଆୟୋଜନ କରିଛି । ଅମିତ ଶାହାଙ୍କ ସହ ବଡବଡ ନେତା ପହଞ୍ଚୁଥିବା ବେଳେ ମୋଦି ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୧୨ଟି ଜିଲ୍ଲା ବୁଲି ଭୋଟ ପ୍ରଚାର କରିଥିଲେ । ପ୍ରାୟ ୧୦୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଥିଲେ ।

ରାଜନୈତିକ ସମୀକ୍ଷକଙ୍କ ଆକଳନ କହୁଛି ବିହାରରେ ମୋଦି ଫ୍ୟାକ୍ଟର କାମ କରିଗଲା । ଯେଉଁଥିପାଇଁ ଏନଡିଏ ମେଂଟ ହାରୁ ହାରୁ ଜିତିଗଲା ବୋଲି କୁହାଯାଉଛି । ବୁଥ ବାହୁଡା ମତରେ ଏନଡିଏ ହାରିଯିବ ବୋଲି କୁହାଯାଉଥିଲା । କିନ୍ତୁ କଡା ଟକ୍କର ଭିତରେ ଏନଡିଏ ବିଜୟୀ ହୋଇଛି । ୧୨୫ ଆସନ ଜିତି ସରକାର ଗଠନ କରିବାକୁ ଯାଉଛି, ଏନଡିଏ, କିନ୍ତୁ ବିଜେପି ପାଇଁ ଖୁସି ଖବର ହେଉଛି, ଏନଡିଏରେ ବର୍ତମାନ ବିଜେପି ବଡ ଭାଇ ଏବଂ ୪୩ଟି ଆସନ ଜିତି ଜେଡିୟୁ ସାନ ଭାଇ । ଦିଲ୍ଲୀରେ ହୋଇଥିବା ଏହି ବିଜୟୀ ଉତ୍ସବରେ ଦଳର ତୁଙ୍ଗ ନେତା ଜେପି ନଡ୍ଡା, ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା ସାମିଲ ହୋଇଛନ୍ତି ।