ଉପନିର୍ବାଚନରେ ଦେଶର ୭ ଆସନରୁ ବିଜେପି ଦଖଲ କଲା ୪ ଆସନ : ମହାରାଷ୍ଟ୍ରରେ ବିଜେପି-ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଚେକ୍ ଦେଲା ଉଦ୍ଧବ ଗୋଷ୍ଠୀ

193

କନକ ବ୍ୟୁରୋ : ଦେଶର ୬ଟି ରାଜ୍ୟରେ ହୋଇଥିବା ୭ ବିଧାନସଭା ଉପନିର୍ବାଚନ ଫଳାଫଳ ଆସିଛି । ୭ଟି ଆସନରୁ ବିଜେପି ୪ଟିରେ ବିଜୟୀ ହୋଇଛି । ଯେଉଁଥିରେ ଭଦ୍ରକର ଧାମନଗର ଫଳାଫଳ ରହିଛି । ତେବେ ମହାରାଷ୍ଟ୍ରରେ ଅନେ୍ଧରୀ ପୂର୍ବ ଆସନରେ ବିଜେପି-ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଚେକ୍ ଦେଇଛି ଉଦ୍ଧବ ଠାକରେ ଗୋଷ୍ଠୀ । ମହାରାଷ୍ଟ୍ରର ଅନେ୍ଧରୀ ଇଷ୍ଟ ଆସନରେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ପ୍ରାର୍ଥୀ ଋତୁଜା ଲଟକେ ବିଜୟୀ ହୋଇଛନ୍ତି ।

ସେହିପରି ବିହାରରେ ମୋକମାରେ ଆରଜେଡି ପ୍ରାର୍ଥୀ ନିଲମ ଦେବୀ ବିଜୟୀ ହୋଇଥିବା ବେଳେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନିଜ ଅଞ୍ଚଳ ଗୋପାଳଗଞ୍ଜ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ତେଲେଙ୍ଗାନାରେ ମୁନୁଗୋଡେରେ ଶାସକ ଦଳ ଟିଆରଏସ ପ୍ରାର୍ଥୀ କେ. ଶକୁନ୍ତଳା ବିଜୟୀ ହୋଇଛନ୍ତି । ସେ ୧୧ହଜାର ୬୬୬ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ କୋମାରେଡ୍ଡୀ ରାଜ ଗୋପାଳ ରେଡ୍ଡୀଙ୍କୁ ହରାଇଛନ୍ତି । ଏହା ଛଡା ଉତର ପ୍ରଦେଶ, ହରିଆଣାରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।