କନକ ବ୍ୟୁରୋ: ପୂର୍ବରୁ ଜନପ୍ରତିନିଧି ଲୋକଙ୍କ ପାଖକୁ ଯାଉଥିଲେ । ଏବେ ନେତା ସଚିବଙ୍କ ଗୁଣଗାନ କରୁଛନ୍ତି । ଗତକାଲି ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ କରିବା ପରେ ଏଭଳି ଅଭିଯୋଗ କରିଛି ବିଜେପି ।

Advertisment

ଅମର ପଟ୍ଟନାୟକ କରିଥିବା ଟ୍ୱିଟରେ ଉଲ୍ଲେଖ ଥିଲା ନବୀନଙ୍କ ଦମ୍ । ଯେଉଁଥିରେ ୧୦ଟି ପଏଣ୍ଟରେ ନବୀନ ସରକାରଙ୍କ ଉପଲବ୍ଧି ବାବଦରେ ଉଲ୍ଲେଖ ଥିଲା । ଆଉ ଏବେ ବିଜେପି କିଛି ପ୍ରଶ୍ନ କରି ହିସାବ ମାଗିଛି । ୨୦୦୦ ମସିହାରେ ରାଜ୍ୟରେ ଗଣତନ୍ତ୍ର ଥିଲା । ଆଉ ଏବେ ବାବୁତନ୍ତ୍ର ଏବଂ ଅଣ ଓଡିଆ ବ୍ୟବସାୟୀ ତନ୍ତ୍ର ଚାଲିଥିବା କହିଛି ବିଜେପି । ପୂର୍ବରୁ ଯେଉଁମାନେ ଲୋକଙ୍କ ପାଖକୁ ଯାଉଥିଲେ ଏବେ ସେମାନେ ସଚିବଙ୍କ ଗୁଣଗାନ କରୁଛନ୍ତି । ପୂର୍ବରୁ ମଦ ବିକ୍ରି ଟିକସ କମ୍ ଥିଲା ଏବେ ତାହା ଅଧିକ ହୋଇଛି ବୋଲି ବିଜେପି କହିଛି ।

ଗତକାଲି ସାଂସଦ ଅମର ପଟ୍ଟନାୟକ, ବିଜେଡି ସରକାରଙ୍କ ୨୦ ବର୍ଷ ସଫଳତାର ହିସାବକୁ ନେଇ ଏକ ପୋଷ୍ଟର ଟ୍ୱିଟ୍ କରିଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସହ ସ୍ଥାନ ପାଇଛି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଫଟୋ । କୁହାଯାଉଛି ଶାସକ ଦଳର ପ୍ରାୟ ସମସ୍ତ ବିଧାୟକ, ସାଂସଦ ଓ ନେତା ଏହି ପୋଷ୍ଟରକୁ ନିଜ ନିଜ ଆକାଉଂଟରୁ ଟ୍ୱିଟ କରି ପ୍ରଚାର ପ୍ରସାର କରାଉଛନ୍ତି ।