ମହଙ୍ଗା ପଡିଲା ପେଗାମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ, ଦଳରୁ ସସପେଣ୍ଡ ହେଲେ ନୂପୁର ଶର୍ମା ଓ ନବୀନ ଜିନ୍ଦଲ

376

କନକ ବ୍ୟୁରୋ : ପେଗାମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଦଳରୁ ବହିସ୍କୃତ ହୋଇଛନ୍ତି ବିଜେପି ପ୍ରବକ୍ତା ନୂପୁର ଶର୍ମା ଓ ନବୀନ ଜିନ୍ଦଲ । ଏକ ଇଂଗ୍ରାଜୀ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେବା ବେଳେ ନୂପୁର ଶର୍ମା ପେଗାମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ ବିରୋଧୀଦଳ ସହ ଇସଲାମ ସଂପ୍ରଦାୟ ବିରୋଧ କରିବା ପରେ ଆଜି ବିଜେପି ତରଫରୁ ଉଭୟ ନୂପୁର ଓ ନବୀନଙ୍କୁ ଦଳ ପ୍ରାଥମିକ ସଦସ୍ୟତା ପଦରୁ ବହିସ୍କୃତ କରିଛି । ଏହାସହ ସମାନ ମାମଲରେ ନବୀନ କୁମାର ଜିନ୍ଦଲଙ୍କ ଉପରେ ଦଳ ବି ଆକ୍ସନ ନେଇଛି ।

ଅନ୍ୟପଟେ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ଏହି ପ୍ରସଙ୍ଗରେ ନିଜର ଅସହମତା ପ୍ରକାଶ କରିବା ସହ ବିଜେପି ସବୁଧର୍ମକୁ ସମାନ ସମ୍ମାନ ଦେଇଥାଏ ବୋଲି କହିଛନ୍ତି ଅରୁଣ ସିଂ । ସେ କହିଛନ୍ତି କି କୌଣସି ଧର୍ମର ଗୁରୁଙ୍କ ଅପମାନ କରିବାକୁ ବିଜେପି ସ୍ୱିକାର କରିପାରିବ ନାହିଁ । ଏହାସହ କୌଣସି ଧର୍ମ, ସଂପ୍ରଦାୟର ଭାବନ ଉପରେ କୋଠାରଘାତ କରିବା ନ୍ୟାୟକୁ ବିଜେପି ସ୍ୱିକୃତି ଦେବ ନାହିଁ ବୋଲି ଅରୁଣ ସ୍ପଷ୍ଟ କରିଦେଇଛନ୍ତି ।