ବିଜେପିର ଅଭିଯୋଗ, ଶାସକ ଦଳର ମୁଖପାତ୍ର ସାଜିଛନ୍ତି ଉତରାଂଚଳ ଡିଆଇଜି: ବିଜେଡି ରଖିଲା ଜବାବ

102

କନକ ବ୍ୟୁରୋ: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏମିତି ଆଗୁଆ କ୍ଲିନ୍ଚିଟ୍ ଦେଇଥିଲେ ଉତରାଂଚଳ ଡିଆଇଜି । ହେଲେ ଏଭଳି ଏକ ସମ୍ବେଦନଶୀଳ ମାମଲାରେ, ତଦନ୍ତ ଚାଲିଥିବାବେଳେ ଡିଆଇଜି ମନ୍ତ୍ରୀଙ୍କୁ କାହିଁକି କ୍ଲିନ୍ଚଟି୍ ଦେଲେ ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ତଦନ୍ତକାରୀ ଅଫିସର ନହୋଇ କେଉଁ ଆଧାରରେ ଡିଆଜି ଏପରି କହିଲେ ବୋଲି ପ୍ରଶ୍ନ କରିଛନ୍ତି ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

ମହାଲିଙ୍ଗ କଲେଜରେ ସେକ୍ସ ସ୍କାଣ୍ଡାଲ ନେଇ ଆସିଥିବା ଅଭିଯୋଗ ଉପରେ ଡିଆଇଜି କୌଣସି ପ୍ରତିକ୍ରିୟା ଦେଇନଥିବାବେଳେ ମନ୍ତ୍ରୀ କାହିଁକି ଏହି କଲେଜକୁ ଯାଉଥିଲେ ସେ ନେଇ, ଡିଆଇଜି ଉତର ରଖନ୍ତୁ ବୋଲି ଦାବି କରିଛନ୍ତି ଲେଖାଶ୍ରୀ । ଏବଂ ବିଜେଡି ଓ ପୁଲିସକୁ ଏକାଧିକ ପ୍ରଶ୍ନ କରିଛନ୍ତି ।

ପ୍ରେସ ବିବୃତି ଜାରି କରି ଲେଖାଶ୍ରୀଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି, ପୋଲିସ ତଦନ୍ତ ନେଇ ଲେଖଶ୍ରୀଙ୍କ ଅପରିପକ୍ୱତା ପ୍ରମାଣିତ ହୋଇଛି ।

ତଦନ୍ତ ଚାଲିଥିବାବେଳେ ମନ୍ତ୍ରୀଙ୍କୁ ଡିଆଇଜି କ୍ଲିନ୍ ଚିଟ୍ ଦେବା ଓ ସେକ୍ସସ୍କାଣ୍ଡାଲ ପ୍ରସଙ୍ଗରେ ଚୁପ ରହିବା, ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ପ୍ରକୃତରେ ମହାଲିଙ୍ଗ କଲେଜରେ କଣ ଚାଲିଥିଲା ? ମମିତାଙ୍କ ମୃତ୍ୟୁର ପ୍ରକୃତ କାରଣ କଣ ? ଏହା ପୁଲିସ ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି ।