ମମତାଙ୍କ ରାଗର ନିଆଁରେ ବାରୁଦ ଭରିଲା ବିଜେପି । ଦିଦିଙ୍କୁ ପଠାଇଲା ୧୦ ଲକ୍ଷ ‘ଜୟ ଶ୍ରୀ ରାମ’ ଲେଖାଥିବା ପୋଷ୍ଟକାର୍ଡ ।

291

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧୦ଲକ୍ଷ ଶ୍ରୀରାମ ଲେଖାଥିବା ପୋଷ୍ଟକାର୍ଡ ପଠାଇଲା ବିଜେପି । ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ଏବେ ବିଜେପି ଜୟ ଶ୍ରୀରାମ ଲେଖାଥିବା ପୋଷ୍ଟକାର୍ଡ ମମତାଙ୍କୁ ପଠାଇ କଟା ଘା’ରେ ଚୂନ ଦେଇଛି ।

ଗତ ୩୧ ତାରିଖରେ ଉତର ୨୪ ପ୍ରଗଣା ଜିଲ୍ଲାରେ ମମତା ଧାରଣାସ୍ଥଳକୁ ଯିବା ବେଳେ କିଛି ବିଜେପି କର୍ମୀ ଜୟଶ୍ରୀରାମ ନାରା ଦେଇଥିଲେ । ଯାହା ଶୁଣିବା ପରେ ମମତା ରାଗିଯାଇ ବିଜେପି ଏଜେଂଟ କହି ନାରାବାଜି କରୁଥିବା ଲୋକଙ୍କୁ ଗାଳି ଦେଇଥିଲେ । ଯାହାକୁ ନେଇ ଏବେ ରାଜ୍ୟ ବିଜେପି ୧୦ ଲକ୍ଷ ଜୟ ଶ୍ରୀରାମ ଲେଖାଥିବା ପୋଷ୍ଟକାର୍ଡ ମମତା ବାନାର୍ଜୀଙ୍କୁ ବସଭବନ ଠିକଣାରେ ପଠାଇଛି । ଅନ୍ୟପଟେ ବରିଷ୍ଠ ବିଜେପି ନେତା ସାକ୍ଷୀ ମହାରାଜ, ମମତା ବାନାର୍ଜୀଙ୍କୁ ହିରଣ୍ୟକସ୍ୟପଙ୍କ ବଂଶଧର ବୋଲି କଟାକ୍ଷ କରିଛନ୍ତି । ଏହାପରେ ଉପସ୍ଥିତ ପୁଲିସ ନାରାବାଜି କରିଥିବା ୭ଜଣଙ୍କୁ ଅଟକ ରଖିଥିଲା । ଆଉ ଏହାର ପ୍ରତିବାଦରେ ରାଜ୍ୟ ବିଜେପି ୧୦ ଲକ୍ଷ ଜୟ ଶ୍ରୀରାମ ଲେଖାଥିବା ପୋଷ୍ଟକାର୍ଡ ମମତା ବାନାର୍ଜୀଙ୍କୁ ବସଭବନ ଠିକଣାରେ ପଠାଇବ ବୋଲି ସ୍ଥିର କରିଥିଲା ।