ଦିଲ୍ଲୀ ଅବକାରୀ ଦୁର୍ନୀତି: ଆପ ଉପରେ ବିଜେପିର ପ୍ରତିଆକ୍ରମଣ, କହିଲେ- ମନିଷ ସିସୋଦିଆ ବର୍ତ୍ତିପାରିବେନି।

128

କନକ ବ୍ୟୁରୋ:  ଦିଲ୍ଲୀର କଥିତ ଅବକାରୀ ଦୁର୍ନୀତିଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବିରୋଧରେ ଜାରି ସିବିଆଇ ଯାଞ୍ଚକୁ ନେଇ ଆପ ଏବଂ ବିଜେପି ସାମ୍ନାସାମ୍ନି ହୋଇଛନ୍ତି । ଲଗାତର ଉଭୟ ଆକ୍ରମଣ ପ୍ରତିଆକ୍ରମଣ ଜାରିରଖିଛନ୍ତି । ପ୍ରତ୍ୟେକ ଦିନ ଉଭୟ ପକ୍ଷ ନିଜ ନିଜ ତରଫରୁ ନୂଆ ନୂଆ ଆରୋପ ପ୍ରତ୍ୟାରୋପ ହେବାରେ ଲାଗିଛି । ବୁଧବାର ଆପର ୪ ବିଧାୟକ ପ୍ରେସମିଟ କରି ବିଜେପି ଉପରେ ଅପରେସନ ଲୋଟସରେ ସରକାର ଭାଙ୍ଗିବାର ପ୍ରୟାସ ହେଉଥିବା ଅଭିଯୋଗ କରାଯାଇଛି । ସେହିଭଳି ବିଜେପି କହିଛି ଆପ ଅବକାରୀ ନୀତିକୁ ନେଇ ଜବାବ ଦେଇପାରୁନଥିବାରୁ ଏପଟସେପଟ କଥା କହିବାରେ ଲାଗିଛି ।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଯେଉଁଭଳି ଭାବେ ଆମ ଆଦମୀ ପାର୍ଟି ବ୍ୟସ୍ତ ବିବ୍ରତ ହେବାରେ ଲାଗିଛି । ଏପଟ ସେପଟ କଥା କହିବା ସହ ପ୍ରସଙ୍ଗ ଉପରେ କୌଣସି ପ୍ରତିକ୍ରିୟା ରଖୁନାହିଁ । ଆମେ ମଧ୍ୟ ନିଷ୍ପତ୍ତି ନେଇସାରିଛୁ ଆମେ ପ୍ରଶ୍ନ ପଚାରିବୁ । ଗୋଟିଏ ପରେ ଗୋଟିଏ ବଡ ଖୁଲାସା ମଧ୍ୟ କରିବୁ । ଆପ ଦୁର୍ନୀତି କରିଛି ଏବଂ ଏହାର ପ୍ରମାଣ ମଧ୍ୟ ରହିଛି । ତେଣୁ ବାରମ୍ବାର ପ୍ରଶ୍ନ ପଚାରିବୁ ।