ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲା : କମିଶନରେଟ୍ ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଅହୋରାତ୍ର ଧାରଣା

118

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିଜେପିର ଅହୋରାତ୍ର ଆନ୍ଦୋଳନ । ଅର୍ଚ୍ଚନା ନାଗ ମାମଲାରେ ସରକାରୀ ଦଳର ବହୁ ମନ୍ତ୍ରୀ ଓ ବିଧାୟକଙ୍କୁ ପୋଲିସ ଘଣ୍ଟ ଘୋଡଉଥିବା ଦଳ ଅଭିଯୋଗ କରିଛି ।

ଏହା ସହ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦଳ କହିଛି । ଏହାର ପ୍ରତିବାଦରେ ଭୁବନେଶ୍ୱର-କଟକ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏଥିରେ ରାଜ୍ୟ ବିଜେପି ସଭାପତିଙ୍କ ସମେତ ଅନେକ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଛନ୍ତି ।