କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ଠାରୁ ୩୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହେବା ପରେ ବଢୁଛି ପ୍ରତିବାଦ । ପ୍ରତୀକାତ୍ମକ ଭାବେ ଟୋକେଇରେ ନକଲି ନୋଟ ରଖି ଅଭିନବ ଢଙ୍ଗରେ ପ୍ରତିବାଦ କରୁଛି ବିଜେପି । ଭୁବନେଶ୍ୱର କଳ୍ପନା ଛକ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ରାଜ୍ୟରେ ୫୦ ହଜାର କୋଟି ଟଙ୍କାର ଦୁର୍ନୀତି କରି ମଦର ମହାନଦୀ ସୃଷ୍ଟି କରିଥିବା ବିଜେଡ଼ି ସରକାର ବିରୁଦ୍ଧରେ ଧାରଣା ଦେଇଛି ବିଜେପି ।
ଆଇଟି ରେଡରେ ଧାରା ପଡ଼ିଥିବା ଶହ ଶହ କୋଟି ଟଙ୍କା କାହାର ? ଝାଡ଼ଖଣ୍ଡ ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କୁ କାହିଁକି ଏତେ ବର୍ଷ ଧରି ଅନୁକମ୍ପା ଦେଖାଉଥିଲେ ରାଜ୍ୟ ସରକାର । ଏହି ଟଙ୍କା ମଦ ବ୍ୟବସାୟୀଙ୍କର ନା ଦଳୀୟ ପାଣ୍ଠି ବିଜେଡ଼ି ସ୍ପଷ୍ଟ କରୁ ବୋଲି ଦାବି କରିଛି ବିଜେପି । ଏହାସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/vlcsnap-2023-12-15-12h25m29s632.jpg)